ଭୀମା ବିବାହ ଓ ବିହନ ଯାତ୍ରା ସହ ସମାପନ ହେଲା ବାଲିଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଦିର୍ଘ ଏକ ମାସ ଧରି ଚାଲିଥିବା ବାଳିଯାତ୍ରା ବୁଧବାର ପଣ୍ଡରା ଭିମା ଦେବଙ୍କ ବିବାହ ଓ ବିହନ ଛିନା କାର୍ଯ୍ୟ ସହ ଉଦଯାପିତ ହୋଇଛି। ଗତକାଲି ଭିମା ଖୁଣ୍ଟ ସ୍ଥାପନ ଓ ବଳୀ ପ୍ରଦାନ କରାଯାଇଥିବା ବେଳେ ବୁଧବାର ସକାଳୁ ପ୍ରଥମେ ମା’ ମାନପୁରିଆଣୀ, ଲଙ୍କେଶ୍ବରୀ, ପଣ୍ଡରା ଭିମା, ପରଦେଶେନ, ଠାକୁରାଣୀ ଆଦି ଦେବା ଦେବୀଙ୍କୁ ପିଠରେ ପୂଜାର୍ଚନା କରାଯାଇଥିଲା। ଏହାପରେ ପଣ୍ଡରା ଭିମା ଦେବ ଓ କନ୍ଦେଣି ଦେବୀଙ୍କ ହଳଦୀ ଗନସନ କାର୍ଯ୍ୟ ହୋଇଥିଲା। ପରେ ମନ୍ଦିର ନିକଟରୁ ଦେବା ଦେବୀ ମାନଙ୍କ ସହିତ ବିରାଟ ପଟୁଆରରେ ବାହାରି ଗାଁ ନଇ କୂଳରେ ବାଳିଗଜା ବିଶର୍ଜନ କରାଯାଇଥିଲା। ସେଠାରେ ଫେରିବା ପରେ ପଣ୍ଡରା ଭିମା ଦେବ ଓ କନ୍ଦେଣି ଦେବୀଙ୍କୁ ଶୁଭପାଣି ଅର୍ପଣ ବା ବିବାହ କରାଇଥିଲା। ଏହାପରେ ଭିମା ଦେବ ହଲ ଳଙ୍ଗଲ କରି ଧାନ ଅମଳ କାର୍ଯ୍ୟ କରିଥିଲେ। ପରେ ବିହନ ଛିନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିହନ ନେବା ପାଇଁ ଗ୍ରାମବାସୀ ଓ ଚାଷୀ ମାନେ ସାମିଲ ହୋଇ ଦେବାଦେବୀଙ୍କ ଠାରୁ ବିହନ ସଂଗ୍ରହ କରି ଥିଲେ। ଏହା ପରେ ଗୁରୁମେ ମାସେ କାଳ ଧରି ବିଭିନ୍ନ ଦେବାଦେବୀ ମାନଙ୍କ କାଳିଶୀ ଚଢିଥିବା କୁମାରୀ ବାଳିକା ଯୁବକ ମହିଳା ଓ ପୁରୁଷ ମାନଙ୍କୁ ମୁକ୍ତ କରିବା ସହିତ ପୂନର୍ବାର ଯେମିତି କାଲିଶୀ ନଚଢେ ସେଥିପାଇଁ ମନ୍ତ୍ର ଆମନ୍ତ୍ରଣ କରି ବନ୍ଧନ କରିଥିଲେ। ଏହା ପରେ ସମସ୍ତେ ପ୍ରସାଦ ସେବନ କରି ବାଳୀଯାତ୍ରା ମହୋତ୍ସବ କୁ ସମାପ୍ତ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ମାସେ ସମୟ ଧରି ଚାଲିଥିବା ବାଳୀଯାତ୍ରା କୁ କମିଟି ସଭାପତି ଘନଶ୍ୟାମ ବେମାଲ, ଉପସଭାପତି ତୁଲାରାମ ନାଏକ, ସମ୍ପାଦକ ରୁତୁରାଜ ପ୍ରଧାନୀ, କୋଷାଧ୍ୟକ୍ଷ ହେମରାଜ ବେମାଲ, ଉପଦେଷ୍ଟା କମିଟିର ବଲସିଂ ଧଙ୍ଗଡାମାଝୀ, ମନୋଜ ଦାସ, ଧର୍ମୁ ଦୁର୍ଗା, ମନ୍ମଥ ଦାସ, ସନ୍ତୋଷ ଦାସ, ଟଙ୍କ ପୁଝାରୀ, ଚମାର ଧଙ୍ଗଡାମାଝୀ, ବିମଳ କୁମାର ଦାସ, ଚୂଡ଼ାମଣି ଦାସ, ଜଗଦୀଶ ସିଂ, ଅଭିମନ୍ୟୁ ପୁଝାରୀ ସମେତ ପ୍ରମୁଖ ଗ୍ରାମବାସୀ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.