ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କ୍ଷେତ୍ରିୟ କାର୍ଯ୍ୟକର୍ତ୍ତା ବୈଠକ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ସୋନପୁର ର ହୋଟେଲ ଗ୍ରୀନପାର୍କରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର କ୍ଷେତ୍ରିୟ କାର୍ଯ୍ୟକର୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ସଭାପତି ଶ୍ରୀ ବିପିନ ଦାସ, ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ଶ୍ରୀ ମିହିର ପାଣି, ରାଜ୍ୟ ସଂଯୋଜକ ଶ୍ରୀବଳଦେବ ବେଦବାକ, ରାଜ୍ୟ ଉପସଭାପତି ଶ୍ରୀ ଗୋପାଳଜୀ ପାଣିଗ୍ରାହୀ, ରାଜ୍ୟ ମହିଲାମୋର୍ଚା ସଭାପତି ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର, ରାଜ୍ୟ ମହିଳା ଉପସଭାନେତ୍ରୀ ଶ୍ରୀମତୀ ସାଗରିକା ଗୁରୁ, ଜିଲ୍ଲା ପାଳକ ସଞ୍ଜୀବ ବେଦବାକ, ଜିଲ୍ଲା ବୌଦ୍ଧିକ ପ୍ରମୁଖ ଧର୍ମ ନିରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଛନ୍ତି। ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ସଭାପତି କେଦାର ଦାସ ସଭା ପରିଚାଳନା କରିଥିଲେ, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜିଲ୍ଲାର କାଯ୍ୟକର୍ତା ଯୋଗ ଦେଇଛନ୍ତି। ଏହି ବୈଠକରେ ଏକ ଦୃଢ଼ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ୫ କୋଟି ଦସ୍ତଖତ ସଂଗ୍ରହ କରିବାକୁ ଚାଲିଥିବା ଆନ୍ଦୋଳନ ବିଷୟରେ ଆଲୋଚନା କରାଯାଇଥିଲା। ଦୃଢ଼ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ସୁବର୍ଣୁପୁର ଜିଲ୍ଳାରୁ ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରିବାକୁ ଶପଥ ନିଆଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.