ଉପର ତେଲେଙ୍ଗା ବଜାର ପୂଜା କମିଟି ଓ ଯୁବକ ସଂଘ ମିଳିତ ଆନୁକୂଲ୍ୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଳା ଦିବସ ତଥା ସହିଦ ଦିବସ ଉପଲକ୍ଷେ ଆଜି ସଂନ୍ଧ୍ୟାରେ କଟକ ଉପର ତେଲେଙ୍ଗା ଛକ ଠାରେ ଯୁବ ସମାଜ ସେବି ଉମାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ ଏଥିରେ ସୁଧନ କୁମାର ଦତ୍ତ ମୁଖ୍ୟ ଅତିଥି ଓ ଫିରିଙ୍ଗ ବଜାର ପୂଜା କମିଟି ସମ୍ପାଦକ ନରେଶ କୁମାର ସାହୁ,ପୂର୍ବତନ କର୍ପୋରେଟର ଇତିଶ୍ରୀ ବେହେରା,ସଞ୍ଜୟ ମହାନ୍ତି,ସତ୍ୟନାରାୟଣ ପାତ୍ର,ସମ୍ପଦ କୁମାର ମଲ୍ଲିକ,ସଞ୍ଜୟ ଶର୍ମା, ସରୋଜ ସାହୁ,ନରେନ୍ଦ୍ର ବେହେରା, ଧନେଶ୍ୱର ବେହେରା, ରଜନୀକାନ୍ତ ମଲ୍ଲିକ ଅଲୁ ପ୍ରସାଦ, ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ହୋଇ ସେଇ ଅମର ଯବାନ ଶ୍ରଦ୍ଧାଞ୍ଜଳି ଦେବସହିତ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ ! ଆୟୋଜୋକ ଯୁବ ସମାଜସେବୀ ଉମାକାନ୍ତ ମହାନ୍ତି କହିଲେ ଆଜି ଦେଶର ଜାଗ୍ରତ ପ୍ରହରୀ ହୋଇ ଦେଶପାଇଁ ବଳିଦାନ ଦେଇଥିବା ସେହି ସହିଦଙ୍କ ପ୍ରତି ଆଜିର ଆବାଳ ବୃଦ୍ଧ ବନିତା ଓ ସମସ୍ତ ଯୁବପିଢ଼ି ତାଙ୍କୁ ସ୍ମରଣ ରଖି ଶ୍ରଦ୍ଧାଞ୍ଜଳି ଜଣାଇବା ଉଚିତ । ଏହି ପଥପ୍ରାନ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବୁଦ୍ଧିଜୀବୀ ଓ ପଥଚାରି ସହିଦ ଯବାନଙ୍କୁ ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଉକ୍ତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.