ଆଦିବାସୀ ପ୍ରତିଭା ସମ୍ମାନ ପାଇବେ ବୈଦ୍ୟରାଜ ପବିତ୍ର ଶବର, ଲୋକକଳାକାର ସଦନ ପ୍ରଗଣିଆ ଓ କନ୍ଧ ଭାଷା ବିଶାରଦ କ୍ଷୀତିଶ ଚନ୍ଦ୍ର ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ବିଶେଷକରି ନର୍ଲା ଅଞ୍ଚଳ ପାଇଁ ଏକ ଖୁସି ଖବର। ୨୦୨୩ ମସିହା ପାଇଁ ଆଦିବାସୀ ପ୍ରତିଭା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ବୈଦ୍ୟରାଜ ପବିତ୍ର ଶବର, ପ୍ରଖ୍ୟାତ ସଂଚାର ବାଦକ ତଥା ଲୋକକଳାକାର ସଦନ ପ୍ରଗଣିଆ ଓ କନ୍ଧ ଭାଷା ବିଶାରଦ କ୍ଷୀତିଶ ଚନ୍ଦ୍ର ମାଝୀ। ପାରଂପରିକ ଚେରିମୁଳୀରେ ଆୟୁର୍ବେଦିକ ଚିକିତ୍ସା କରୁଥିବା ଟୋଲବ୍ରାହ୍ମଣୀର ବୈଦ୍ୟରାଜ ପବିତ୍ର ଶବର ସାରା ଓଡିଶାର ଏକ ସୁପରିଚିତ ନାମ। ସେ ପାରମ୍ପରିକ ପଦ୍ଧତିରେ ରୋଗୀ ସେବା କରି ସୁନାମ ଅର୍ଜନ କରିଛନ୍ତି। ସିନାଙ୍ଗ ଗ୍ରାମର ବଗୁଆ ଜନଜାତିର ସଦନ ପ୍ରଗଣିଆ ସଂଚାର ବାଦନ ସହ ଲୋକକଳାକାର ଭାବେ ଅଞ୍ଚଳର ଲୋକକଳାକୁ ପ୍ରଚାର ପ୍ରସାର କରିବାରେ ବ୍ରତି ରହିଛନ୍ତି। ସେହିପରି ଭାବରେ ଖମନପଡାର କ୍ଷିତୀଶ ଚନ୍ଦ୍ର ମାଝୀ ପେଶାରେ ଜଣେ ଶିକ୍ଷକ ହୋଇଥିବାବେଳେ ଆଦିବାସୀ ଭାଷା ସାହିତ୍ୟ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ। ଲୁପ୍ତପ୍ରାୟ କନ୍ଧ ଭାଷାକୁ ବଞ୍ଚାଇ ରଖିବା ଦିଗରେ ତାଙ୍କର ଅବଦାନ ଅତୁଳନୀୟ। ରାଜଧାନୀ ଭୁବନେଶ୍ୱରରେ ଫେବୃଆରୀ ୨୦ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ହେବାକୁ ଥିବା ଆଦିବାସୀ ମେଳା ଅବସରରେ ଏହି ତିନିଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ଏଥିରେ କଳାହାଣ୍ଡିର ୫ଜଣଙ୍କ ସମେତ ଓଡ଼ିଶାରୁ ମୋଟ ୧୮ଜଣ ଜନଜାତି ପ୍ରତିଭାସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବେ ବୋଲି ସୂଚନା ରହିଛି। ୨୦୨୦ ମସିହାରେ ନର୍ଲା ବ୍ଲକ ଅନ୍ତର୍ଗତ ଯୋଡାବନ୍ଧ ଗ୍ରାମର କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ। ବର୍ତ୍ତମାନ ନର୍ଲା ବ୍ଲକରୁ ଆଉ ତିନିଜଣ ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବାରୁ ଶ୍ରୀ ଜାନୀ ଓ ଅନେକ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ କଳାହାଣ୍ଡିରୁ ୫ଜଣ ସମ୍ମାନିତ ହେଉଥିବାରୁ ଖୁସି ପ୍ରକଟ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.