ବିଡମ୍ବନା : ଶିକ୍ଷା ମନ୍ତ୍ରୀ ଜିଲ୍ଲାରେ ସମୀକ୍ଷା କରୁଥିବା ବେଳେ ସ୍କୁଲରେ ଝୁଲୁଛି ତାଲା, ଶିକ୍ଷକଙ୍କ ଖାତିରି ନାହିଁ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇଥିବା ବେଳେ ସୋମବାର ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ମନ୍ତ୍ରୀ ଦିନିକିଆ ଜିଲ୍ଲା ଗସ୍ତରେ ଆସି ଶିକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଶିକ୍ଷାର ମାନ ବୃଦ୍ଧି ଉପରେ ଆଲୋଚନା କରିଥିବା ବେଳେ କିଛି ସ୍କୁଲକୁ ଯାଇ ସୋମବାର ଠାରୁ ଆରମ୍ଭ ହୋଇଥିବା ୯ମ ଶ୍ରେଣୀ ପରୀକ୍ଷା ବୁଲି ଦେଖିବା ସହ ପିଲାଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ମନ୍ତ୍ରୀ ଜିଲ୍ଲାରେ ଶିକ୍ଷାବିଭାଗର ସମୀକ୍ଷା କରୁଥିଲେ ମଧ୍ୟ ଶିକ୍ଷକଙ୍କ ଖାତିର ନଥିବା ଭଳି ଦେଖିବାକୁ ମିଳିଛି। ତୁମୁଡ଼ିବନ୍ଧ ଓ ରାଇକିଆ ବ୍ଲକରେ ଦୀର୍ଘଦିନ ହେବ ବ୍ଲକ ଶିକ୍ଷାଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ଶିକ୍ଷକ ମାନେ ଠିକ ଭାବେ ସ୍କୁଲ ଯାଉନଥିବା ବେଳେ ଆଜି ମଧ୍ୟ ସ୍କୁଲ ନ ଯାଇ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେହିଭଳି କ.ନୂଆଗାଁ ବ୍ଲକର ଜିରିଡିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡବମାହା ପ୍ରାଥମିକ ବିଦ୍ୟାଳୟ ରେ ତାଲା ଝୁଲୁଛି। ଯାହା ବିଡମ୍ବନାର ବିଷୟ। ସ୍କୁଲରେ ତାଲା ଝୁଲୁ ଥିବା ସଂପର୍କ ରେ କ.ନୂଆଗାଁ ଶିକ୍ଷାଧିକାରୀ ପ୍ରମୋଦ ମଲ୍ଲିକ କହିଛନ୍ତି ଅଭିଯୋଗର ତଦନ୍ତ ହେବ। ଜିଲ୍ଲାରେ ଜିଲ୍ଲାପାଳ ଶିକ୍ଷାର ମାନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବ୍ଲକ ସ୍ତରରେ ଥିବା ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଶିକ୍ଷାଧିକାରୀ ଓ ସିଆରସିସି ମାନେ ଠିକ ଭାବେ ପରିଦର୍ଶନ କରୁନଥିବା ବେଳେ ଲାଭ ଖୋର ମନୋବୃତ୍ତି ଯୋଗୁଁ ଶିକ୍ଷାର ମାନ ଧୀରେ ଧୀରେ କମୁଥିବା ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି। ଜିଲ୍ଲାର ଶିକ୍ଷା ବିଭାଗରେ ଖାଲି ଥିବା ପଦବୀ ପୂରଣ ଓ ଶିକ୍ଷା ବିଭାଗରେ ଥିବା ଲାଭ ଖୋର ମନୋବୃତ୍ତି ଥିବା ଅଧିକାରୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.