ପଲସାପଡାରେ ଶ୍ରମଦାନ ଶିବିର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ପଲସାପଡା ଗ୍ରାମ ରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟ ରେ ଏବଂ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପଲସାପଡା ର ସହଯୋଗ ରେ ଶ୍ରମଦାନ ଶିବିର ର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଶ୍ରମ ଦାନ, ଦ୍ୱିତୀୟ ଦିନ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ତିମ ଦିନରେ ଗ୍ରାମ ର ଅଚଳ ଥିବା ନଳକୂପ ଏବଂ ପାଣିଟାଙ୍କି ଙ୍କୁ ସଜାଡିଥିଲେ ଅନୁଷ୍ଠାନ ର ସଦସ୍ୟ ବୃନ୍ଦ । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ପର୍ବତାରୋହି ଯୋଗାବ୍ୟାସ ଭୋଇ , ରିସୋର୍ସ ପର୍ଶନ ଭାବେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ର ନର୍ଲା ବ୍ଲକ ମ୍ୟାନେଜର ସୋନି ସିଂ, ଏବଂ ଥୁଆମୂଳ ରାମପୁର ମ୍ୟାନେଜେର ଓଁମପ୍ରକାଶ କୁମାର, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲାଯୁବ ଅଧିକାରୀ ପ୍ରସନ୍ନ ମେହେର ଏବଂ ଲେଖାପାଳ ଦ୍ଵିତୀୟା ବନଛୋର ଏବଂ ସମାଜସେବୀ ଜୟନ୍ତ ଗଉଡ଼ କାର୍ଯ୍ୟକ୍ରମ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସଗାର ସାହୁ ,ମିଲନ କୁମାର ଭୋଇ ଓ କୋପନେଶ୍ୱର ବେମାଲ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପଲସାପଡା ର ସଭାପତି ସାଗର ନାଏକ, ସମ୍ପାଦକ ପ୍ରଶାନ୍ତ ନାଏକ, ଉପସଭାପତି ନରେଶ ନାଏକ, କ୍ଲବ ର ବରିଷ୍ଠ ସଦସ୍ୟ ବ୍ୟାସଦେବ ନାଏକ କମ୍ଭୁ ନାଏକ,ବବ୍ଲୁ ଭୋଇ ,ନେତ୍ର ଭୋଇ,ପିଣ୍ଟୁ ନାଏକ ଅନନ୍ତ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.