ରାୟଗଡା ଉଚ୍ଚତମ ମାଧ୍ୟମିକ ବିଦ୍ୟାଳୟରେ ୨୭୦ଜଣ ଛାତ୍ରୀ ନେଲେ ଆତ୍ମସୁରକ୍ଷା ପ୍ରଶିକ୍ଷଣ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଉଚ୍ଚତମ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷର କଳା,ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କ ନିମନ୍ତେ ଏକ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରସନ୍ନ କୁମାର ଗନ୍ତାୟତ,ସହ ଅଧ୍ୟାପିକା ତଥା ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତି କେଶବ କୁମାରୀ ଜାନୀ,ସହ ସଂଯୋଜିକା ମୋନାଲିସା ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟଟି ଚଳିତ ମାସ ଫେବୃଆରୀ ୨ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟଟି ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୭୦ଜଣ ଛାତ୍ରୀ ସହ ୬ଜଣ ତାଲିମପ୍ରାପ୍ତ ଛାତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରି ଶିକ୍ଷା ପ୍ରଦାନ କରିଥିଲେ। ଆଜି ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଗୋଲ୍ଡେନ ଜୁବୁଲି ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗନ୍ତାୟତ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ତଥା ମହିଳା ଉନ୍ନୟନ ସଭାପତି ଶ୍ରୀମତି ଅନୁସୂୟା ମାଝି ଯୋଗ ଦେଇଥିବା ବେଳେ ସମ୍ମାନୀତି ଅତିଥି ଭାବେ ନୋଡାଲ ଅଫିସର ଆନନ୍ଦ ଚନ୍ଦ୍ର ପଣ୍ଡା ଏବଂ ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପିକା ଡ.ବବିଲତା ସରଫ ପ୍ରମୁଖ ଯୋଗ ଦେଇ ଆତ୍ମ ସୁରକ୍ଷା କିପରି ବାଳିକାମାନଙ୍କର ଶିକ୍ଷାର ଏକ ବ୍ୟବସ୍ଥାପକ ଆବଶ୍ୟକ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ପରିଶେଷରେ ମାଷ୍ଟର ଟ୍ରେନର ଛାତ୍ରୀ ଚିନ୍ମୟୀ ଚଲ୍ୟାଣ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.