ମା ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ମଣ୍ଡି ପଡିଆ ଠାରେ ମା ମୋଟ୍ରାଣୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଶନିବାର ମା ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷକ ରାମନାରାୟଣ ପୁଝାରୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିନୋଦ ପଟେଲ, ହିରଣ୍ୟ ବେହେରା, ପରମେଶ୍ୱର ପାଳ ଯୋଗଦେଇ ଖେଳାଳୀ ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ଉଦଘାଟନୀ ମ୍ୟାଚ ମହିଚଲା ବୁଢାରଜା ଓ ଠେଲକୋମୁଣ୍ଡା ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ମହିଚଲା ବ୍ୟାଟିଙ୍ଗ କରି ୧୦ ଓଭରରେ ୪ ଉଇକେଟ ହରେଇ ୧୩୮ ରନ ସଂଗ୍ରହ କରିଥିଲା, ଜବାବରେ ଠେଲକୋମୁଣ୍ଡା ଏକାଦଶ ୭ ଉଇକେଟ ହରେଇ ୭୪ ରନ କରିପାରିଥିଲା l  ଆଜିର ଖେଳ କୁ ବରିଷ୍ଠ ଖେଳାଳୀ ଦେବେନ୍ଦ୍ର ଶବର ଓ ପିଣ୍ଟୁ ଦାସ ପରିଚାଳନା କରିଥିଲେ l ରାମନାରାୟଣ ପୁଝାରୀ ଖେଳ ର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ବିନୋଦ ଶବର ସ୍କୋର ବୋର୍ଡ ସମ୍ଭାଳି ଥିଲେ l ମା ମୋଟ୍ରାଣୀ କ୍ରିକେଟ କ୍ଳବ ର ସୁଶୀଲ ପଟେଲ, ଡିସେମ୍ବର ଭୋଇ, ଲଳିତ ରଣା, ସୌରଭ ଦାସ, ରୋହିତ ପୁଝାରୀ, ମଣ୍ଟୁ ଦାସ, ବବଲୁ ପୁଝାରୀ, ମଧୁସୂଦନ ମାଝୀ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.