କୋକସରା ତାଲୁକ ଆଇନ ସେବା ସମିତି ପକ୍ଷରୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ତାଳୁକା ଆଇନ ସେବା ସମିତି ପକ୍ଷରୁ ତାଲୁକା ଆଇନ ସେବା ସମିତିର ଅଧ୍ୟକ୍ଷା ରିତିକା ଜେନାଙ୍କ ଅଧ୍ୟକ୍ଷତା ରେ ଶନିବାର ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବାକୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କୋକସରା କାର୍ଯ୍ୟରତ ଆଇନଜୀବୀ, ପୋଲିସ କର୍ମଚାରୀ, ସ୍ଥାନୀୟ ଡିଗ୍ରୀ ମହାବିଦ୍ୟାଳୟର ଏନ.ସି.ସି ଛାତ୍ରଛାତ୍ରୀ ମାନେ ସାମିଲ ହୋଇ କୋର୍ଟ ପରିସରୁ ଏକ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ଲୋକଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବା ସହ ଗାଡି ମୋଟର ଚଳାଇବା ପାଇଁ ସଚେତନ କରିଥିଲେ। ଏହି ସମୟରେ କୋକସରା ବାର ଆସୋସେସନର ସଭାପତି ରସିକରାଜ ଦୁର୍ଗା,  ସରକାରୀ ଓକିଲ ଅଜିତ କୁମାର ପଟ୍ଟନାୟକ, ଆଇନଜୀବୀ ମନୋଜ କୁମାର ନାଏକ, ଲକ୍ଷ୍ମୀକାନ୍ତ ଖମାରୀ, ଲକ୍ଷ୍ମୀଧର ମେହେର, ପ୍ରେମଲାଲ ସିଂ, ସୁଜିତ କୁମାର ପଟ୍ଟନାୟକ, ଜଗା ପଟ୍ଟନାୟକ, କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, ଏନ.ସି.ସି କମାଣ୍ଡେଣ୍ଟ ଅଶ୍ବିନୀ କୁମାର ପଟ୍ଟନାୟକ, ଓ କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.