ବିପଦକୁ ହାତଠାରି ଡାକୁଛି ସିକେରକୁପା-କଦମ୍ବଗୁଡା ରାସ୍ତା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର ସିକେରକୁପା ଠାରୁ ନର୍ଲା ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇପଡିଛି। କଳାହାଣ୍ଡି ଜିଲ୍ଲା ପିଡବ୍ଲୁଡି ବିଭାଗର ଏହି ରାସ୍ତା ଦିର୍ଘ ଦିନ ଧରି ଶୋଚନୀୟ ହୋଇପଡିଥିବା ବେଳେ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇ ବିପଦକୁ ହାତଠାରି ଡାକୁଛି। ଏପରିକି ବର୍ଷକୁ ବର୍ଷ ନିମ୍ନମାନର ମରାମତି ଯୋଗୁଁ ରାସ୍ତା ଉଜୁଡି ଯାଉଥିବା ବେଳେ ମାତ୍ରାଧିକ ପିସି ଓ ଠିକାଦାର ପୋଷା ନୀତି ଯୋଗୁଁ ଏହି ରାସ୍ତା ଟେଣ୍ଡର ପ୍ରକ୍ରିୟାରେ କରାନଯାଇ ବିଭାଗୀୟ କାର୍ଯ୍ୟ କରାଯାଉଥିବା ଅଭିଯୋଗ ଦେଉଛି। ଫଳରେ ଲାଞ୍ଜିଗଡ଼ ବ୍ଲକରୁ ନର୍ଲା ବ୍ଲକକୁ ସିଧାସଳଖ ସଂଯୋଗ କରୁଥିବା ଏହି ରାସ୍ତା ଏବେ ବିପଦକୁ ହାତଠାରି ଡାକୁଛି। ରାସ୍ତାର ପ୍ରତି ମିଟରରେ ଖାଲଖମା ଭର୍ତ୍ତି ହୋଇଥିବା ବେଳେ ଏହି ରାସ୍ତା ଦେଇ ଯାତାୟତ କରିବା ଏକପ୍ରକାର ମୁସ୍କିଲ। ଏନେଇ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ହେଁ କୈାଣସି ସୁଫଳ ମିଳୁନାହିଁ। ଅପରପକ୍ଷରେ ଏହି ଗୋଟିଏ ସପ୍ତାହ ହେବ କଦମ୍ବଗୁଡ଼ା ଛକରୁ ଗୋବର୍ଦ୍ଧନପୁର ଛକ ପର୍ଯ୍ୟନ୍ତ କାଆଁଭାଆଁ ମରାମତି ଚାଲିଥିବାବେଳେ କଦମ୍ବଗୁଡ଼ା ଛକ ଠାରୁ ସିକେରକୁପା ଛକ ପର୍ଯ୍ୟନ୍ତ ଏହି ରାସ୍ତା ବାଦ୍ ପଡ଼ିଛି। ତେବେ ସିକେରକୁପା-କଦମ୍ବଗୁଡାକୁ ସଂଯୋଗ କରୁଥିବା ଏହି ରାସ୍ତା ତୁରନ୍ତ ମରାମତି ଆବଶ୍ୟକ ଥିବାବେଳେ ଏହାକୁ ବିଭାଗୀୟ କାର୍ଯ୍ୟ କରାନଯାଇ ଟେଣ୍ଡର ଜରିଆରେ ଏହା ସମ୍ପାଦନ କରାଯିବାକୁ ସାଧାରଣରେ ଦାବି ହେଉଛି ‌। ଲାଞ୍ଜିଗଡ଼ ବ୍ଲକରୁ ନର୍ଲା ବ୍ଲକକୁ ସଂଯୋଗ କରୁଥିବା ଏହି ରାସ୍ତା ତୁରନ୍ତ ମରାମତି କିମ୍ବା ନିର୍ମାଣ କରାନଗଲେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.