ଲଖନଡଙ୍ଗରୀଠାରେ ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ସ୍ଥିତ ଲଖନଡଙ୍ଗରୀ ଠାରେ ନବ ନିର୍ମିତ ହନୁମାନ ମନ୍ଦିର ଓ ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓଁ ହଙ୍ଗ ହନୁମନ୍ତୟେ ରୁଦ୍ରତ୍ମକାୟ ହନୁମାନ ମନ୍ଦିର ଟ୍ରଷ୍ଟ, କୁସୁମଜୋର ସିନାପାଲି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ, ଏହି ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ, ସମ୍ପାଦକ ସୁବାଷ ଚନ୍ଦ୍ର ଅଗ୍ରୱାଲଙ୍କ ସମେତ ପ୍ରଭାସ ସାହୁ, ହରି ପ୍ରସାଦ ଅଗ୍ରୱାଲ, ପ୍ରଦୀପ ଜୈନ, ମଧୁ ଜୈନ, ରବୀନ୍ଦ୍ର ରାଉତ, ରମେଶ ଅଗ୍ରୱାଲ ଏବଂ ବିରୁ ଅଗ୍ରୱାଲ ଟ୍ରଷ୍ଟର ଉପଦେଷ୍ଟା ଅଟନ୍ତି। ଏହି ଅବସରରେ ଷୋହଳ ପ୍ରହରୀ ନାମଯଜ୍ଞ ଚାଲିଥିଲା। ଏଥିପାଇଁ ସୀମାନ୍ତ ଛତିଶଗଡ଼ ଓ ଓଡ଼ିଶାର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି ପୁର୍ଣ୍ଣ କଳସ ମନ୍ଦିର ନିକଟରେ ସ୍ଥାପନ ପରେ ନାମଯଜ୍ଞ ଆରମ୍ଭ ହୋଇଥିଲା। ଗୁରୁବାର ଦିନ ଠାରୁ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ବିଗ୍ରହ ଦର୍ଶନ କାର୍ଯ୍ୟ ଓ ଶନିବାର ଦିନ ଯଜ୍ଞର ପୂର୍ଣ୍ଣାହୂତି ହୋଇଛି। ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାର କର୍ତ୍ତା ଭାବରେ ରମେଶ ଅଗ୍ରୱାଲ ଓ ଧର୍ମପତ୍ନୀ କିରଣଦେବୀ ଅଗ୍ରୱାଲ ଦାୟିତ୍ବ ଗ୍ରହଣ କରିଥିବା ବେଳେ ପୂଜକ ରୂପରେ ଧ୍ରୁବ ଚରଣ ଷଡ଼ଙ୍ଗୀ କାର୍ଯ୍ୟ ନିର୍ବାହ କରୁଛନ୍ତି। ସେହିପରି ନାମଯଜ୍ଞର କର୍ତ୍ତା ଭାବରେ ବିରବଳ ଅଗ୍ରୱାଲ ଓ ଧର୍ମପତ୍ନୀ ଉଷାଦେବୀ ଅଗ୍ରୱାଲ ରହିଥିବା ବେଳେ ପୂଜକ ରୂପରେ ବାଳବ୍ରହ୍ମଚାରୀ ଦାଶ ବାବା କାର୍ଯ୍ୟ ନିର୍ବାହ କରିଥିଲେ। ଏହି ମନ୍ଦିରର ନିର୍ମାଣ ୨୦୦୦ ମସିହାରେ ସିନାପାଲିର ତତ୍କାଳୀନ ଥାନା ଅଧିକାରୀ ପ୍ରଭାସ ସାହୁ ଓ ଭବାନୀ ଶଙ୍କର ନିଆଲଙ୍କୁ ସ୍ବପ୍ନଦେଶ ହୋଇଥିଲା। ଫଳରେ ଏଠାରେ ସେହି ଦିନ ଠାରୁ ଅସ୍ଥାୟୀ ଭାବରେ ପୂଜାକାର୍ଯ୍ୟ ଚାଲୁ ରହିଥିଲା। ବର୍ତ୍ତମାନ ନୂତନ ମନ୍ଦିର ଓ ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଉଛି। ଏହି ପ୍ରତିଷ୍ଠା ଉତ୍ସବରେ ସୁବାସ ଅଗ୍ରୱାଲ, ପ୍ରଦୀପ ଜୈନ, ରବିନ୍ଦ୍ର ରାଉତ, ମଧୁ ଜୈନ, ବିରୁ ଅଗ୍ରୱାଲ, ହରି ଅଗ୍ରୱାଲଙ୍କ ନେତୃତ୍ଵରେ ପୂଜା କାର୍ଯ୍ଯ ଚାଲିଥିଲା। ଏହି ଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମି ରହିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.