ରୁପ୍ରାରୋଡ ହେବାକୁ ଯାଉଛି ଏଜୁକେସନ ହବ୍ : ଉଦଘାଟିତ ହେଲା ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ନୂତନ କ୍ୟାମ୍ପସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡର ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲରେ ପିଲା ପଢିବେ ସିବିଏସଇ ପାଟର୍ଣ୍ଣରେ ପାଠ। ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଧ୍ୟାନ ଦିଆଯିବ। କେବଳ ସେତିକି ନୁହଁ ଏହା ହେବ କଳାହାଣ୍ଡିର ଅନ୍ୟତମ ଏଜୁକେସନ ହବ୍। ଏଠାରେ ବିଭିନ୍ନ ଧନ୍ଦାମୂଳକ ଏବଂ ବୈଷୟିକ ଜ୍ଞାନ କୌଶଳର ଶିକ୍ଷାଲାଭ କରିବେ ବିଦ୍ୟାର୍ଥୀ। ରୁପ୍ରାରୋଡରେ ନିର୍ମିତ ହେବ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ଭବ୍ୟ କ୍ୟାମ୍ପସ ବୋଲି ରୁପ୍ରାରୋଡରେ ଆୟୋଜିତ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ନୂତନ ଶାଖା ଉଦଘାଟନୀ ସମାରୋହରେ ପ୍ରକାଶ କରିଛନ୍ତି ୟଙ୍ଗ ବ୍ଲଡ଼ ଆସୋସିଏସନର କାର୍ଯ୍ୟକର୍ତ୍ତା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିଠାରେ ଆଜି କେସିଙ୍ଗା ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ପକ୍ଷରୁ ଏକ ନୂତନ ଶାଖା ଉଦ୍ଘାଟିତ ହୋଇଯାଇଛି। ସ୍କୁଲର ପ୍ରିନ୍ସପାଲ ଦୀପ୍ତି ରାଣୀ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଶଙ୍କର ବାଗ, କେସିଙ୍ଗା ବିଦ୍ୟାପିଠର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମହେନ୍ଦ୍ର ସାହୁ, ୟଙ୍ଗ ବ୍ଲଡ଼ ଏସୋସିଏସନ କେସିଙ୍ଗାର ସଭାପତି କମଳ କୁମାର ଜୈନ, ସାଧାରଣ ସମ୍ପାଦକ ଶିବ କୁମାର ବଂଶଳ, ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମେନ ରାମକୁମାର ଜୈନ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପ୍ରିନ୍ସପାଲ ଦୀପ୍ତି ରାଣୀ ସିଂ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷକ ପ୍ରେମଲାଲ କୁମାର ବଂଶଳ ଅତିଥି ପରିଚୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu
(କ୍ଲିକ୍ କରି ଦେଖନ୍ତୁ ଭିଡିଓ)

ଆଜିର ଏହି ଉଦଘାଟନୀ ସମାରୋହରେ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତଙ୍କ ସମେତ ରୁପ୍ରାରୋଡ, ବଲବସପୁର, ବରଗାଁ, ବୁଢୀପଦର, ରାକ୍ସି, ଗୋଖରା, ଲାଖଗୁଡା, ବିଲାଟ, ସରିଆଁ, ଚିଆଁପଦର, ଅର୍ଜୁନ ଗାଁ, ଖାଇଚୁଆଁ, ସୁରପଦର, ଲାଖପଦର, କର୍ମେ ଗାଁ, ଛତାମହୁଲ ଆଦି ବିଭିନ୍ନ ଗ୍ରାମର ଅବିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ୧୯୮୩ ମସିହାରେ କେସିଙ୍ଗା ଠାରେ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ସ୍ଥାପିତ ହୋଇଥିଲା, ଯାହା ଏବେ ୪୦ ବର୍ଷରେ ପଦାର୍ପଣ କରିଛି। ଏହି ସ୍କୁଲ ଅନେକ ଯୋଗ୍ୟ ଛାତ୍ରଛାତ୍ରୀ ନିର୍ମାଣ କରିଥିବାବେଳେ ବର୍ତ୍ତମାନ ରୁପ୍ରାରୋଡରେ ନୂତନ ଶାଖା ଖୋଳିଛି। ଏଥିରେ ଅତି ଅଳ୍ପ ଫି’ରେ ଏଡମିସନ କରି ଉତ୍ତମ ମାନର ଶିକ୍ଷା ଲାଭ କରିବେ ଶିକ୍ଷାର୍ଥୀ। ରୁପ୍ରାରୋଡର କେତେକ ସଚେତନ ଯୁବକଙ୍କ ଉଦ୍ୟମ କ୍ରମେ ଏବେ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ସ୍ଥାପିତ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ ଆଜି ରୁପ୍ରାରୋଡଠାରେ ଆୟୋଜିତ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ଉଦଘାଟନୀ ସମାରୋହରେ ଶିକ୍ଷକ ଉଦିତ କୁମାର ହରପାଲ ମଞ୍ଚ ପରିଚାଳନା କରିଥିବାବେଳେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.