ବାର୍ଦ୍ଧକ୍ୟ ଭତ୍ତା ରାଶି ସମ୍ମାନଜନକ ଓ ବଜାରଦର ଅନୁକୂଳ ହେଉ

ସାମାଜିକ ସୁରକ୍ଷା ସହାୟତା ଯୋଜନାରେ ହିତାଧିକାରୀଙ୍କୁ ବଞ୍ଚିବା ପାଇଁ ସର୍ବନିମ୍ନ ଗ୍ରହଣଯୋଗ୍ୟ ଅର୍ଥ ଦେବାର ଆବଶ୍ୟକତା ରହିଛି। ୧୯୯୫ରୁ ଏହି ପେନ୍‌‌ସନ୍‌‌ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏହାକୁ କାର୍ଯ୍ୟକାରୀ କରୁଛି। ତେବେ ଓଡ଼ିଶାରେ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଓ ବିଧବାମାନେ ୫୦୦ ଟଙ୍କା ଭତ୍ତା ପାଉଛନ୍ତି। ସାମାଜିକ କଲ୍ୟାଣ ଭତ୍ତା ବୃଦ୍ଧି ନେଇ ଅନେକ ସମୟରେ ଦାବି ହୋଇ ଆସିଛି। ବରିଷ୍ଠ ନାଗରିକଙ୍କୁ ମିଳୁଥିବା ମାସିକ ୫ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତାର ପରିମାଣକୁ ସର୍ବନିମ୍ନ ୧୫ଶହ ଅବା ୨ ହଜାର ଟଙ୍କାକୁ ବୃଦ୍ଧି ପାଇଁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ବୟସ୍କ ନାଗରିକ, ଦିବ୍ୟାଙ୍ଗ ଓ ବିଧବାମାନେ ପାଉଥିବା ଭତ୍ତା ଟଙ୍କା ଅତି ଅଳ୍ପ। ଏମାନେ ମାତ୍ର ୫୦୦ ଟଙ୍କା ଭତ୍ତା ପାଉଥିବାରୁ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ତେଲ ଲୁଣ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏପରିକି ବସ୍ତ୍ର ମଧ୍ୟ ମହଙ୍ଗା ହୋଇଛି। ତେଣୁ ଏମାନଙ୍କ ଭତ୍ତା ବଢାଇ ସମ୍ମାନର ସହ ବଞ୍ଚିବାର ଅଧିକାର ଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ।

Omkar Vasthu
Omkar Vasthu

ବର୍ତ୍ତମାନ ବିଧାନସଭାର ପ୍ରଶ୍ନକାଳରେ ଭତ୍ତା ରାଶି ବୃଦ୍ଧି କରିବାକୁ ନେଇ ବିରୋଧୀ ଦଳର ସଭ୍ୟମାନେ ଏମିତି ଦାବି କରିଥିଲେ। ଶାସକ ଦଳର ସଭ୍ୟ ବି ଭତ୍ତା ରାଶି ବୃଦ୍ଧି ସପକ୍ଷରେ କହିଥିଲେ। ବିରୋଧୀ ଦଳ ସରକାରଙ୍କୁ କହିଥିଲେ – ବର୍ତ୍ତମାନ ଦରଦାମ ବୃଦ୍ଧି ପାଉଛି। ଏହି ସମୟରେ ୫୦୦ ଟଙ୍କାରେ ‌ଜଣେ ଲୋକ ବଞ୍ଚିବ କେମିତି? ଏତେ କମ୍ ଟଙ୍କା ଭତ୍ତା ଦେଲେ ତାହାକୁ ନେଇ ସେ କରିବ କ’ଣ? ସରକାର ବଜେଟ୍‌ର ଆକାର ୨ ଲକ୍ଷ କୋଟି ଟଙ୍କାରୁ ଅଧିକ କରିଦେଲେଣି। ହେଲେ ଲାଭ କ’ଣ? ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମଙ୍କ ପାଇଁ ଏତିକି କରିପାରୁନ? ସରକାର ମାନବିକତାର ସହ ଏହା ବିଚାର କରନ୍ତୁ ବୋଲି ବିଧାନସଭାର ପ୍ରଶ୍ନକାଳରେ ବିରୋଧୀ ଦଳର ସଭ୍ୟମାନେ ଏମିତି ଦାବି କରିଥିଲେ। ବିରୋଧୀ ଦଳ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟର ଉଦାହରଣ ଦେଇ ଓଡ଼ିଶାରେ ଭତ୍ତା ରାଶି ବୃଦ୍ଧି ଦାବି ଯଥାର୍ଥ ବୋଲି ଯୁକ୍ତି ବାଢ଼ିଥିଲେ। ପ୍ରଫୁଲ୍ଲ ସାମଲ, ମକରନ୍ଦ ମୁଦୁଲି, ଅମର ଶତପଥୀ ଓ ମୋହନ ମାଝୀଙ୍କ ମୂଳ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ଆଲୋଚନା। ରାଜ୍ୟରେ ଭତ୍ତା ପାଉଥିବା ଲୋକଙ୍କ ସଂଖ୍ୟା ସମ୍ପକିତ ପ୍ରଶ୍ନଟି ଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତର ରଖିଥିଲେ। ତାରା ବାହିନୀପତି କହିଥିଲେ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସରକାର ୨୫୦୦ ଟଙ୍କା ସାମାଜିକ ସୁରକ୍ଷା ଭତ୍ତା ଦେଉଛନ୍ତି। କୋଟିଆରେ ପଶି ସେମାନେ ଏହି ଭତ୍ତା ଦେଲା ପରେ ଓଡ଼ିଶା ପଟେ ଥିବା ଲୋକମାନେ ୫୦୦ ଟଙ୍କା ଭତ୍ତା ପାଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେଥି ପାଇଁ କୋଟିଆବାସୀ ଆନ୍ଧ୍ରମୁହାଁ ହେଉଛନ୍ତି। ସୁରେଶ ରାଉତରାୟ କୁଷ୍ଠ ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ୍‌ ନିର୍ମାଣ କରି ସେମାନଙ୍କୁ ଭିକ୍ଷାବୃତ୍ତିରୁ ନିବୃତ କରିବାକୁ କହିଥିଲେ। ଭତ୍ତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ବିଭାଗୀୟ ମନ୍ତ୍ରୀ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ସନ୍ତୋଷ ସିଂହ ସାଲୁଜା ଦାବି କରିଥିଲେ। ଚନ୍ଦ୍ରସାରଥୀ ବେହେରା, ମୁକେଶ ପାଲ, ମୁକେଶ ମହାଲିଙ୍ଗ ଓ ରାଜକିଶୋର ଦାସ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। ଭତ୍ତା ରାଶି ବୃଦ୍ଧି ନେଇ ମନ୍ତ୍ରୀ ଶ୍ରୀ ପଣ୍ଡା କୌଣସି ପ୍ରତିଶ୍ରୁତି ଦେଇ ନଥିଲେ। ରାଜ୍ୟରେ ଆର୍ଥିକ ପରିସ୍ଥିତିକୁ ବିଚାରରେ ରଖି ସମୟ ଆସିଲେ ସରକାର ଚିନ୍ତା କରିବେ ବୋଲି କହିଥିଲେ। ତେବେ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ମଧୁବାବୁ ପେନ୍‌ସନ୍ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ସମୁଦାୟ ୪୮ ଲକ୍ଷ ୭୬ ହଜାର ୬୫୯ ଜଣ ହିତାଧିକାରୀଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି। ବର୍ତ୍ତମାନ ଭିନ୍ନକ୍ଷମମାନଙ୍କୁ ଜାତୀୟ ଏକକ ଭିନ୍ନକ୍ଷମ ପରିଚୟ ପ୍ରମାଣପତ୍ର(ୟୁଡିଆଇଡି) ଯୋଗାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୫,୮୫,୮୭୯ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଆଯାଇଛି।

Pearl dental clinic
Near Ashish Medical Store, Bhawanipatna

ଅନ୍ୟପକ୍ଷରେ ସରକାର ସବ୍‌‌ସିଡି, ସହାୟତା ଓ ଯାବତୀୟ ଲୋକ ଦେଖାଣିଆ ଯୋଜନାରେ ଆଖିବୁଜା ଅର୍ଥ ଖର୍ଚ୍ଚ କରୁଥିବାବେଳେ ବୃଦ୍ଧ, ବୃଦ୍ଧା, ଅସହାୟ, ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଯୋଗାଇ ଦେଉଥିବା ଆର୍ଥିକ ସହାୟତା ସମ୍ମାନଜନକ, ଯୁକ୍ତିଯୁକ୍ତ ଏବଂ ବଜାରଦରକୁ ଅନୁକୂଳ ହେବା ଉଚିତ୍। ତେଣୁ ବର୍ତ୍ତମାନ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଭତ୍ତା ବୃଦ୍ଧି କରିବା ଜରୁରୀ ହୋଇପଡ଼ିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.