ଆଦାନୀ-ହିଣ୍ଡେନବର୍ଗ ବିବାଦକୁ ନେଇ PM ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତାଙ୍କ ପ୍ରତିକ୍ରିୟା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ହିଣ୍ଡେନବର୍ଗ ଏବଂ ଆଦାନୀ ଗ୍ରୁପ୍ ମଧ୍ୟରେ ଚାଲିଥିବା ବିବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସାନୟାଲ ପ୍ରତିକ୍ରିୟା ଦେଇଛନ୍ତି। ସଞ୍ଜୀବ ସାନୟାଲ କହିଛନ୍ତି ଯେ ଏହି ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶାସନ କୌଣସି ସ୍ଥାନରେ ହସ୍ତକ୍ଷେପ କରି ନାହିଁ। ଶନିବାର ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ଆଦାନୀ ଜଣେ ଦୁର୍ନୀତି କରିଥିବା ବ୍ୟକ୍ତି। ତାଙ୍କୁ ବିରୋଧରେ ଦୁର୍ନୀତିର ପ୍ରମାଣ ମିିଳିଛି। ଏହାପରେ ବି ପ୍ରଧାନମନ୍ତ୍ରୀ ତାଙ୍କୁ କାହିଁକି ସୁରକ୍ଷା ଯୋଗାଉଛନ୍ତି? ଉଭୟଙ୍କ ମଧ୍ୟରେ ସଂପର୍କ କ’ଣ ବୋଲି ସେ ପଚାରିଥିଲେ। ଆଗକୁ ମଧ୍ୟ ପଚାରିବେ ଡରିବେ ନାହିଁ ବୋଲି କହିଥିଲେ। ନ୍ୟୁୟର୍କରେ ଏକ ସାକ୍ଷାତକାର ସମୟରେ ସଞ୍ଜୀବ ସାନୟାଲ କହିଛନ୍ତି ଯେ ଆମ ସିଷ୍ଟମରେ କାହାକୁ ବଞ୍ଚାଇବାକୁ ସ୍ଥାନ ନାହିଁ। ପ୍ରଥମ ଥର ପାଇଁ ଆଦାନୀ-ହିଣ୍ଡେନବର୍ଗ ବିବାଦକୁ ନେଇ ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତାଙ୍କ ପ୍ରତିକ୍ରିୟା ଆସିଛି। କୌଣସି ଟେନସନ ନାହିଁ ବୋଲି ସାନୟାଲ କହିଛନ୍ତି। ଦେଶର ବୃହତ୍ତମ ଆର୍ଥିକ ବ୍ୟାଙ୍କ ଏସବିଆଇ ଏବଂ ସର୍ବବୃହତ ସରକାରୀ ବୀମା କମ୍ପାନୀ-ଲାଇଫ ଇନସୁରାନ୍ସ କର୍ପୋରେସନ୍ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକରେ ଖୁବ୍ କମ୍ ସଂସ୍ପର୍ଶରେ ଆସିଛି। ସେ କହିଛନ୍ତି ଯେ କୌଣସି କମ୍ପାନୀ ଆର୍ଥିକ ଚାପରେ ନାହାନ୍ତି।ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୦୨୩ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଏକ ରିପୋର୍ଟ ପ୍ରକାଶ କରିଥିଲା। ଆମେରିକାର ଏହି ସର୍ଟ ସେଲର କମ୍ପାନୀ ରିପୋର୍ଟରେ ଦାବି କରିଛି ଯେ ଆଦାନୀ ଗ୍ରୁପ ସୋୟାର ଗଡବଡ କରିବା ସହିତ ସେଲ୍ କମ୍ପାନୀ ତିଆରି କରି ଲାଭ କମାଇଛି। ଯାହା ବେଆଇନ୍ । ଏହାପରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାରରେ ଏକ ବଡ଼ ଧରଣର ହ୍ରାସ ଘଟିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.