କଳାହାଣ୍ଡି ଯୁବଲେଖକ ସମାବେଶ ତରଫରୁ ଓଡ଼ିଶା ଦିବସ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କଳାହାଣ୍ଡି ଯୁବଲେଖକ ସମାବେଶ ତରଫରୁ ଆଜି ସ୍ଥାନୀୟ ବାଲାଜୀ ବିହାର ପରିସରରେ ଓଡ଼ିଶା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଯୁବଲେଖକ ସମାବେଶର ଉପଦେଷ୍ଟା ସୁଶୀଲ କୁମାର ବାଗଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପିଜି କାଉନସିଲର ଚେୟାରମେନ୍ ମେଜର ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ବିଶିଷ୍ଟ ଗବେଷକ ଓ ଲେଖକ ପରମେଶ୍ବର ମୁଣ୍ଡ, କବି ଡ. ଦୀନବନ୍ଧୁ ସାହୁ, ସାହିତ୍ୟକଥାର ସଂପାଦକ ସକିତ ରତେ ପ୍ରମୁଖ ମଞ୍ଚାସୀନ ଥିଲେ। ସମାବେଶର ଉପଦେଷ୍ଟା ଯୁବକବି ଜୟଦ୍ରଥ ସୁନା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସମାବେଶର ସାଧାରଣ ସଂପାଦକ ତଥା ଯୁବଲେଖକ ଡିଲେଶ୍ବର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ପରେ କବି ସୁମତୀ ମୁଣ୍ଡଙ୍କ ସଂଯୋଜନାରେ ଉପସ୍ଥିତ କବି ମାନେ ସ୍ବରଚିତ କବିତା ପାଠ କରିଥିଲେ। ସମାବେଶର ଅନ୍ୟତମ ଉପଦେଷ୍ଟା ତଥା ଯୁବଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଶେଷ ବକ୍ତବ୍ୟ ରଖିଥିବାବେଳେ ପ୍ରଭାତ ପଣ୍ଡା ଧନ୍ୟବାଦ ଦେଇଥିଲେ। ଏଥିରେ ସମାବେଶର ଉପଦେଷ୍ଟା ବିଶ୍ବରଞ୍ଜନ ପଣ୍ଡା, ଔପନ୍ୟାସିକ ବିଜୟ ପ୍ରଧାନ, କବି ଡ. ତପନ କୁମାର ରଥ, ପ୍ରକାଶ ନିଶଙ୍କ, ସ୍ବର୍ଣ୍ଣକାନ୍ତି ବୈକାର, ଦୀପ୍ତି ମୁଣ୍ଡ, ଯୁଧିଷ୍ଠିର ମୁଦୁଲି, ସଞ୍ଜୀବ ପଣ୍ଡା, ପ୍ରଭାସ ଟୋଲଟିଆ, ଚିନ୍ମୟ ପଣ୍ଡା, ଧନଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.