ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ବାପୁଜୀ କ୍କଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଳୀମନ୍ଦିରପଡ଼ାଠାରେ ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ଖାଡ଼ଙ୍ଗାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଡି.ଇ.ଓ ସୁଶାନ୍ତ କୁମାର ଚୋପଦାର, ମୁଖ୍ୟ ବକ୍ତା ଏ.ଡ଼ି.ଇ.ଓ. ଟେମଲାଲ୍ ଦୁବେ, ସମ୍ମାନୀତ ଅତିଥି ଭବାନୀପାଟଣା ବି.ଇ.ଓ ସୁନନ୍ଦା ପଣ୍ଡା, ସମ୍ମାନୀତ ଅତିଥି ଏ.ବି.ଇ.ଓ ତଥା ବି.ଆର.ସି.ସି. ଜୟ କୁମାର ମାଝୀ, ଏ.ବି.ଇ.ଓ ଜଗଦୀଶ ଚନ୍ଦ୍ର ମୁଣ୍ଡ, ଏ.ବି.ଇ.ଓ ସୁଢ଼ଳ ଦେବ ମୁଣ୍ଡ, ଚିତ୍ରଶିଳ୍ପୀ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ମୁକୁନ୍ଦ ରେଡ୍ଡୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ଯକ୍ଷା ଅହଲ୍ଯା ମାଝୀ, ବାପୁଜୀ ଆଞ୍ଚଳିକ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନଙ୍କ ସମେତ ପ୍ରଧାନଶିକ୍ଷକ ମନୋଜ କୁମାର ପାଣିଗ୍ରାହୀ, ଆଦିତ୍ୟ ମୁଣ୍ଡ, ନମିତା ପାଣିଗ୍ରାହୀ, ମିନତି ରଏ, ଜୟଶ୍ରୀ ବହିଦାର, ସୁବାସିନୀ ହୋତା, ସୁନୀତା କୃପ୍, ହୀରାମଣି ବେମାଲ, ସହାଜାଦା ଖାନ୍, ପ୍ରଧାନଶିକ୍ଷୟିତ୍ରୀ ଗୋଷାଣି ମୁଣ୍ଡା ପ୍ରାଥମିକ ବିଦ୍ୟାଳୟ, କେ.ରାମ ଗୀତାଙ୍କ ସହିତ ଅଭିଭାବକ, ଛାତ୍ରଛାତ୍ରୀ ତଥା ପଡ଼ାବାସୀ ଉପସ୍ଥିତ ଥିଲେ। ସର୍ବପ୍ରଥମେ ଅତିଥିଗଣଙ୍କ ଦ୍ଵାରା କର୍ମ କର୍ମକ୍ଷେତ୍ର ଓ ହୃଦୟ ଲଗାଇ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ୱ ସ୍ନେହଲତା ଦିଦିଙ୍କ ସକାରାତ୍ମକ ଗୁଣାବଳୀ ଉପରେ ଭୂୟସୀ ପ୍ରସଶାଂ କରିଥିଲେ। ବି.ଇ.ଓ ଏବଂ ଏଡ଼ି.ଇ.ଓ ପ୍ରୋଭିଜିନାଲ ପେନସନ୍ ପେପର ଦେବାସହ ସମ୍ବର୍ଦ୍ଧନା ପତ୍ର ଓ ଉପଢ଼ୌକନ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କେକ୍ କଟାଯାଇ ସ୍ମୃତି ବନ୍ଦନା କରାଯାଇଥିଲା। ସମ୍ମାନୀତ ଅତିଥି ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ, ଶିକ୍ଷୟିତ୍ରୀ ସୁନୀତା କୃପ୍ ସମ୍ବର୍ଦ୍ଧନା ପତ୍ର ପଠନ କରିଥିବା ବେଳେ ବିଦ୍ୟାଳୟର ସହ-ଶିକ୍ଷୟିତ୍ରୀ ସାହିନା ରେହେମାନ୍ ଉଦ୍ଦେଶ୍ୟ ଜ୍ଞାପନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ଏସ.ଏମ୍.ସିର ସଦସ୍ୟ ସଦସ୍ୟା, ଅଭିଭାବକ, ଅଭିଭାବିକା ଓ ପାଚିକାମାନେ ଉପସ୍ଥିତ ଥିଲେ।