ଆମେ ସମସ୍ତେ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଯାଇଥାନ୍ତି । ସେଠାରେ ଥିବା ପଶୁପକ୍ଷୀମାନେ ଆମ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ହେଲେ କେବେ ଭାବିଛନ୍ତି ସେମାନଙ୍କ ଦେଖାଶୁଣା କରିବା କେତେ ବିପଜ୍ଜନକ ହୋଇଥାଏ । ଏବେ ସୋସିଆଲ ମିଡ଼ିଆରେ ପ୍ରାଣୀ ଉଦ୍ୟାନର ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବୁଝିପାରିବେ ପଶୁମାନଙ୍କ ଦେଖାଶୁଣା କରିବା କେତେ କଷ୍ଟକର । ପ୍ରାଣୀ ଉଦ୍ୟାନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ପଶୁପକ୍ଷୀଙ୍କ ଦେଖାଶୁଣା ଖୁବ୍ ଯତ୍ନର ସହକାରେ କରିଥାନ୍ତି । ଖୁବ୍ ସାବଧାନତାର ସହିତ ସେମାନଙ୍କୁ ଏହି କାର୍ଯ୍ୟ କରିବାକୁ ପଡ଼ିଥାଏ । ଖାସ କରି ଛୋଟ ଛୋଟ ଶାବକମାନଙ୍କୁ ମନାଇବା ପାଇଁ ନିଜକୁ ବି ଶାବକ ହେବାକୁ ପଡିଥାଏ । ଏହିପରି ଏକ ଭିଡ଼ିଓ ନିକଟରେ ଓମାର ପ୍ରାଣୀ ଉଦ୍ୟାନର ଅଫିସିଆଲ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ଏଥିରେ ଆପଣ ଦେଖିପାରିବେ କିପରି ଜଣେ କର୍ମଚାରୀ ଗୋଟେ ଜିରାଫକୁ ଖେଳନା ବେଙ୍ଗ ଦେଖାଇ କେମିତି କ୍ଷୀର ପିଆଇବାକୁ ମନାଉଛନ୍ତି । କର୍ମଚାରୀ ଜଣକ କହିଛନ୍ତି ଯେ, ସାଧାରଣତଃ ପିଲାମାନେ ନିଜ ମା’ଠାରୁ କ୍ଷୀର ପିଇବାକୁ ପସନ୍ଦ କରନ୍ତି । ଯଦି ମାଆ ପାଖରେ ନ ଥିବ ତା ହେଲେ ପିଲାଙ୍କୁ ଖାଇବାକୁ ଦେବା କଷ୍ଟକର ହୋଇପଡ଼େ । ସେହିପରି ଶିଶୁ ଜିରାଫ୍ର ମାଆ ନ ଥିବାରୁ ତାକୁ ବେଙ୍ଗ ଦେଖାଇ କ୍ଷୀର ଦେବାକୁ ପଡ଼େ । ସେ ବେଙ୍ଗ ତଳେ କ୍ଷୀରର ଏକ ବୋତଲ ରଖି ଜିରାଫକୁ କ୍ଷୀର ପିଆଇଥାନ୍ତି । ଏହା ଏତେ ସହଜ ନୁହେଁ । ଦିନକୁ ଥରେ ନୁହେଁ, ୪/୫ ଥର ଏପରି ଦେବାକୁ ପଡ଼ିଥାଏ । ପ୍ରତି ୪ ଘଣ୍ଟାରେ ସେମାନଙ୍କୁ ଖାଦ୍ୟ ଦେବାକୁ ପଡ଼େ ।