ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ମାସର ଆଜି ପ୍ରଥମ ସୋମବାରରେ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରବିନାରାୟଣ ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ | ମୋଟ ୪୯ଟି ଅଭିଯୋଗର ଜିଲ୍ଲପାଳ ଶୁଣାଣି କରିଥିବା ବେଳେ ସେଥି ମଧ୍ୟରୁ ୪୦ ଟି ବ୍ୟକ୍ତିଗତ ଏବଂ ୯ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ରହିଥିଲା l ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ କିଛି ଜଣଙ୍କୁ ଆର୍ଥିକ ସହାୟତା ଜିଲ୍ଲାପାଳ ଯୋଗାଇ ଦେଇଥିଲେ | ଏହି ଅଭିଯୋଗ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଦିଲ୍ଲୀପ ବେହେରା, ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ମିଶନ, ଡ଼ଃ. ଦୟାନିଧି ବାଗ, ଜିଲ୍ଲା ଯୋଗାଣ ଅଧିକାରୀ ରାଜ କିଶୋର ପାଣିଗ୍ରାହୀ, ନିର୍ବାହି ଯନ୍ତ୍ରୀ ଗ୍ରାମୀୟ ଜଳ ଯୋଗାଣ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ତହସିଲଦାର ତାପସ କୁମାର ରାଉତ, ବିଡ଼ିଓ ଲଷ୍ମୀ ନାରାୟଣ ସାବତ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ତତ୍ତ୍ୱମୋସି ମହାପାତ୍ର ଓ ଅନ୍ୟ ଜିଲ୍ଲା ସ୍ଥରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।