ସାହାଜପାଟି ଶ୍ରୀରାମ ଲୀଳା: ରାମ ଭୂମିକାରେ ଦର୍ଶକଙ୍କ ଚିତ୍ତ ହରଣ କରୁଛନ୍ତି ଯୁବ କଳାକାର ସୁରଥ ହେର୍ଣ୍ଣା

ଚତୁର୍ଥ ରଜନୀରେ ଶିବ ଧନୁ ଭଗ୍ନ ଓ ସୀତା ବିବାହ ମଞ୍ଚସ୍ଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଲିଳା ଚରିଚରେ ମୁଖରିତ ହେଉଛି ଐତିହାସିକ ଗ୍ରାମ ସାହାଜପାଟି। ଚାଲିଛି ରାମଲୀଳା। ସତେ ଅବା ଏହି ଗାଁ ପାଲଟି ଯାଇଛି ଅଯୋଧ୍ୟା ପୁରୀ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାମଲୀଳା ପ୍ରଦର୍ଶିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସାହାଜପାଟି ଗ୍ରାମରେ ମଧ୍ୟ ପ୍ରଦର୍ଶିତ ହେଉଛି ଏହି ଲୋକ ନାଟକ। ରାମଜି କଲାନିକେତନ ଅନୁଷ୍ଠାନ ପକ୍ଷରୁ ଶ୍ରୀରାମ ମନ୍ଦିର ମଣ୍ଡପରେ ଚାଲିଥିବା ଏହି ରାମଲୀଳା ୪୭ ବର୍ଷରେ ପଦାର୍ପଣ କରିଛି। ଏଥିରେ ବହୁ ଅନୁଭବି କଳାକାର ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ସୋଇଛନ୍ତି। ତେବେ ଯୁବ କଳାକାର ସୁରଥ ହେର୍ଣ୍ଣାଙ୍କ ଶ୍ରୀରାମ ଚରିତ୍ର ଦର୍ଶକଙ୍କୁ ବାନ୍ଧି ରଖିଛି। ଯାତ୍ରାର ଚତୁର୍ଥ ରଜନୀରେ ଶିବଧନୁ ଭଗ୍ନ ଓ ସୀତା ବିବାହ ମଞ୍ଚସ୍ଥ ହୋଇଥିଲା। ଶ୍ରୀରାମ ଲଷ୍ମଣ ଓ ବିଶ୍ଵାମିତ୍ର ମିଥିଳାରେ ପ୍ରବେଶ ପରେ ମହର୍ଷି ଜନକ ନିଜ ରାଜସଭାରେ ଶିବଧନୁ ଭଗ୍ନ ତଥା ସ୍ବୟଂବର ରଖିଥିବା ଜାଣି ରାଜା ଦରବାରରେ ପହଂଚିଥିଲେ। ନିମନ୍ତ୍ରିତ ଲକ୍ଷେ ରାଜା ଧନୁ ଭାଙ୍ଗି ନପାରିପାରୁ, ପ୍ରଭୁ ଶ୍ରୀରାମ ଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିଥିଲେ। ତେବେ ଏଥର ହେର୍ଣ୍ଣା ପଡା ସ୍ଥିତ ରାଧାକୃଷ୍ଣ କମ୍ୟୁନିଟି ହଲରୁ ଶ୍ରୀରାମ ଲଷ୍ମଣ ବରବେଶରେ ଶୋଭାଯାତ୍ରା କରିବା ଓ ତାଙ୍କସହ ଶହ ଶହ ନରନାରୀ ଶୋଭାଯାତ୍ରାରେ ସାମିଲ ହୋଇ ଶ୍ରୀରାମ ମନ୍ଦିରକୁ ଆସିବା ଦୃଶ୍ୟ ଅତି ଆକର୍ଷଣୀୟ ଥିଲା। ସୀତା ବିବାହ ବେଳେ ମହିଳା ମାନେ ମଧ୍ୟ ବନ୍ଧାପନା କରିଥିଲେ। ଶ୍ରୀରାମ ଭୂମିକାରେ ସୁରଥ ହେର୍ଣ୍ଣା ଅଭିନୟ କରିଥିବା ବେଳେ ଲଷ୍ମଣ ଭୂମିକାରେ ଅର୍ଜୁନ ସାହୁ, ସୀତା ଭୂମିକାରେ ଭବାନୀ ଶଙ୍କର ଭୋଇ, ଜନକ ଭୂମିକାରେ ସାରୁଞ୍ଜ ସାହୁ ଅଭିନୟ କରିଥିଲେ। ଦଶରଥ ଭୂମିକାରେ ବିପ୍ର ହେର୍ଣ୍ଣା ଓ ବିଶ୍ଵାମିତ୍ର ଭୂମିକାରେ ବାବୁଲା ସାହୁ ଅଭିନୟ କରିଥିବାବେଳେ ଭରତ ଭୂମିକାରେ ନେତ୍ର ସାହୁ ଓ ଶତ୍ରୁଘନ ଭୂମିକାରେ ମାନସ ହେର୍ଣ୍ଣା ଅଭିନୟ କରିଥିଲେ। ତିନିରାଣୀ ଭୂମିକାରେ ବିକ୍ରମ, ବିବେକ, ଜୟନ୍ତ, ଓ ସକ୍ଷୀ ଭୂମିକାରୁ ନିରନ ଓ ଜଳେ ଅଭିନୟ କରିଥିଲେ। କୁଶଧୟ ଓ ଲୋମପାଦ ଭୂମିକାରେ ସୁରେନ୍ଦ୍ର ସାହୁ ଓ ଯୁଗେଶ୍ବର ସାହୁ ଅଭିନୟ କରିଥିବା ବେଳେ ଦେବରାଜ ହେର୍ଣ୍ଣା, ଭୁବନେଶ୍ୱର ଚୌଧୁରୀ ଏବଂ ନରୋତ୍ତମ ସାହୁ ନାଟକ ପରିଚାଳନା କରିଥିଲେ। ଏଥିରେ ସାହାଜପାଟି ସମେତ ଆଖପାଖ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ନାଟକକୁ ମନଭରି ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.