ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଠାରେ ସୋମବାର ପଞ୍ଚ କୁଣ୍ଡୀୟ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ସାମିଲ ହୋଇ ସାନବନ୍ଧରୁ ପୂଜାର୍ଚ୍ଚନା ପରେ କଳସ ମାନଙ୍କରେ ଶୁଦ୍ଧଜଳ ଭର୍ତ୍ତି କରିଥିଲେ। ସେଠାରୁ ବାହାରି ଗାଁ ପରିକ୍ରମା କରି ସାରିବା ପରେ ମହାଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଘଣ୍ଟ, ଶଙ୍ଖ,କୀର୍ତ୍ତନ ଏବଂ ହୁଳହୁଳି ର ନାଦେ କମ୍ପି ଉଠିଥିଲା ଗାଁ ପରିବେଶ। ଏହି ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ମଙ୍ଗଳବାର ଅପରାହ୍ନରେ ପୂର୍ଣ୍ଣାହୁତି ଓ ପ୍ରସାଦସେବନ ସହ ସମାପନ ହେବାର ସୂଚନା ରହିଛି। ଟୋଲୀ ନଂ ୩୬ ର ଆବାହକତ୍ୱରେ ଆୟୋଜିତ ଗାୟତ୍ରୀ ମହାଯଜ୍ଞରେ ଟୋଲୀନାୟକ ସହଦେବ ନେଗୀ, ସହ ଟୋଲୀ ନାୟକ ନାରାୟଣ ପଟ୍ଟନାୟକ, ଜିଲ୍ଲା ଟୋଲୀ ନାୟକ ଗଣେଶ ପ୍ରଧାନ, ଦୟାନିଧି ବାଗ, ସଂଗୀତ ଦଳ ଚରଣସିଂ ଯାଦବ, ଅରୁଣ ମରକାମ, ଅଶ୍ୱିନ ବାଗ ଉପସ୍ଥିତ ରହି ଯଜ୍ଞ ପରିଚାଳନା କରୁଛନ୍ତି। ଏହି ମହାଯଜ୍ଞରେ କୁସୁମଖୁଣ୍ଟି ଗ୍ରାମବାସୀ ସହଯୋଗ କରୁଛନ୍ତି।






