ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଟକର୍ଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ଏବଂ ସାଇଟସେଭର ମିଳିତ ସହଯୋଗରେ ଏକ ସାମାଜିକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଥିଲା, ଏଥିସହିତ ୧୬ ଜଣଙ୍କ ଆଧାର ସଂଶୋଧନ ଏବଂ ୧୫ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଅସ୍ତ୍ରୋପଚାର ପାଇଁ ସୁପାରିଶ କରାଯାଇଛି, ଏହି କାର୍ଯ୍ୟକ୍ରମରେ ଟକର୍ଲା ଗ୍ରାମପଞ୍ଚାୟତର ସରପଞ୍ଚ ରାମଚନ୍ଦ୍ର ସାହୁ, କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ସଭାପତି ତଥା କର୍ଲାମୁଣ୍ଡା ଖ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସାଇଟସେଭର ଅନୁଷ୍ଠାନ ର ଯୁଗେଶ୍ୱର ବୁଦ୍ଧିଆ, ପ୍ରିୟବ୍ରତ ପାଢ଼ୀ, କରିସ୍ମା ଦେବୀ ଉପସ୍ଥିତ ଥିଲେ, ସାମାଜିକ କର୍ମୀ ହିରାମଣୀ ସାହୁ ସହଯୋଗ କରିଥିଲେ।