ଗୋଳାବାରୁଦ କାରଖାନା ପରିସରରୁ ହରିଣର ମୃତ ଦେହ ଉଦ୍ଧାର

ଶବ ବ୍ୟବଛେଦ ପରେ ଶବକୁ ପୋତିଲା ବନ ବିଭାଗ

ହରିଣଙ୍କୁ ବଞ୍ଚାଇବା ପାଇଁ ଆସିଥିବା ବେଳେ ସୁରକ୍ଷା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ଗତ ୬ ଦିନ କାରଖାନା ସୁରକ୍ଷା ବାଡ଼ ଟିଟିଲାଗଡ଼ ଥାନା ଅଧୀନସ୍ଥ ଚାନ୍ଦୋତରା ଗାଁ ନିକଟରେ ଏକ ହରିଣ ମୃତ ଘଟିଥିଲା l ଘଟଣା ଖବର ପାଇଁ ଟିଟିଲାଗଡ଼ ବନ ବିଭାଗ ରେଞ୍ଜର ଲିଙ୍ଗରାଜ ଭୋଇ, ଫରେଷ୍ଟର ସୁରେନ୍ଦ୍ର ମହାରଣା, ପାରା ଫରେଷ୍ଟ ଲବ ହରପାଳ, ଭଗବାନ ମାଝୀ, ଫାୟାର ଷ୍ଟାପ ପଙ୍କଜ ଖରସେଲ ଓ ଶ୍ରୀଧର ମାଝୀ ପ୍ରମୁଖ ପହଂଚି ହରିଣର ମୃତ ଦେହ ଉଦ୍ଧାର କରିଥିଲେ l ପରେ ଟିଟିଲାଗଡ଼ରେ ଶବ ବ୍ୟବଛେଦ କରି ଝାର ଦେବନ୍ଦ ନର୍ସରୀ ଠାରେ ପରିବେଶ ବିତ ଦଳ ଗୋବିନ୍ଦ ବିଶିଙ୍କ ଉପସ୍ଥିତରେ ଶବକୁ ବନ ବିଭାଗ ତରଫରୁ ପୋତି ଦେଇଥିଲେ l ଏ ନେଇ ରେଞ୍ଜର ଶ୍ରୀ ଭୋଇ ପଚାରିବାରୁ ହରିଣ ଅଣ୍ଡୋକୋଷ ତଥା ବିଭିନ୍ନ ସ୍ଥାନରେ ଜୋର ଆଘାତ ଲାଗିଥିଲା ଦୀର୍ଘ ସମୟ ଧରି ଚିକିତ୍ସା କରିବା ସତ୍ୱେ ମଧ୍ୟ ହରିଣର ମୃତ୍ୟୁ ଘଟିଥିଲା ବୋଲି ପ୍ରକାଶ କରିଥିଲେ l ଅନ୍ୟପକ୍ଷରେ ହରିଣଙ୍କୁ ବଞ୍ଚାଇବା ଆସିଥିବା କାରଖାନା ପରିସରର ୪୨ ଓ ୪୩ ନମ୍ବର ବେଷ୍ଟନ ଅଞ୍ଚଳରେ ସୁରକ୍ଷା ଅଧିକାରୀ କର୍ନେଲ ଜନ୍ମେଜୟ ମିଶ୍ର ପହଂଚିବା ପରେ କେତେକ ଦୁର୍ବୁତ୍ତ ବାଡ଼ି ଓ ପଥରରେ କର୍ନେଲ ଶ୍ରୀ ମିଶ୍ରଙ୍କୁ ଆକ୍ରମଣ କରିଥିବା ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି l ଏଥିରେ ମୁଣ୍ଡରେ ଆଘାତ ଲାଗିବା ଓ ଡାହାଣ ହାତରେ ମଧ୍ୟ ଆଘାତ ଲାଗିଛି l ଏହା ସହିତ ମୁଣ୍ଡରେ ୨ ଷ୍ଟିଜ ପଡ଼ିଥିବା ବେଳେ ଅବସ୍ଥା ଗୁରୁତ୍ୱ ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ହରିଣଟି ସୁରକ୍ଷା ବାଡ଼ ଦେଇ ବାହାରକୁ ଚାଲି ଯାଇଥିବା ବେଳେ ଶିକାରୀମାନଙ୍କ ହାବୁଡେ ପଡିଥିଲା l ଯାହା ଫଳରେ ତାଙ୍କୁ ଶିକାରୀମାନେ ଧରିବା ଉଦ୍ୟମ କରୁଥିବା ବେଳେ କାରଖାନା ସୁରକ୍ଷା ଅଧିକାରୀ ଘଟଣାସ୍ଥଳକୁ ପହଂଚିବାରୁ ଦ୍ୱାରା ଶିକାରୀମାନେ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ l ବର୍ତମାନ ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳକୁ ପହଂଚି ଖୋଡ଼ତାଳ ଆରମ୍ଭ ଚଲାଇଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.