ଗୋଇନ୍ଦାମୁଣ୍ଡାରେ ଆଂଚଳିକ ଯାଦବ ସମାଜ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ଗୋଇନ୍ଦାମୁଣ୍ଡା ଠାରେ ରାଜପୁର-ବୋରପଦର-ରିଂଜା ଆଂଚଳିକ ଯାଦବ ସମାଜର ସାଂଗଠାନିକ ବୈଠକ ବ୍ଲକ ସଭାପତି ଗରୁଡଧ୍ୱଜ ଗହୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମାଜିକ ସଂଗଠନର ଦୃଢତା, ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପରେ ଆଂଚଳିକ କମିଟୀର ନୂତନ କର୍ମକର୍ତା ନିର୍ବାଚନ କରାଯାଇଥିଲା । କମଳ ବାଗ ପୁର୍ନବାର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ନୀଳମଣି ବାଗ ସଂପାଦକ, ନବୀନ ମନହିରା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ କମିଟୀକୁ ସୁଶାନ୍ତ ବାଗ, ପୂର୍ଣଚନ୍ଦ୍ର ବଗର୍ତ୍ତି, ଯୋଗିନ୍ଦ୍ର ଭୋଇ, ଘାସିରାମ ବାଗ, କରୁଣା ହାତୀ, ଶୁକଦେବ ଭୋଇ, ବିପ୍ର ବାଗ, ବସନ୍ତ ବାଗ, ଚୁଡାମଣି ସେଲମା, ଦୈତାରୀ ପୋଢ, ବିରଂଚି ଭୋଇ ମନୋନୀତ ହୋଇଥିଲେ । ସେହିପରି ରାଜପୁର ପଂଚାୟତ କମିଟୀର ମଧ୍ୟ ନୂତନ କର୍ମକର୍ତା ମନୋନୀତ କରାଯାଇଥିଲା । ଏଥିରେ ମୋହିତ ବାଗ ସଭାପତି, ତ୍ରିଲୋଚନ ବାଗ ସଂପାଦକ, ଡମ ବାଗ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟୀକୁ କୃଷ୍ଣଚନ୍ଦ୍ର ବାଗ, କୃପାସିନ୍ଧୁ ଭୋଇ, ପରମାନନ୍ଦ ବାଗ, ନାରାୟଣ ବାଗ, ପ୍ରେମାନନ୍ଦ ବାଗ, ଦିବ୍ୟକାନ୍ତ ବଗର୍ତ୍ତି, ଧୃବଚରଣ ବାଗ ମନୋନୀତ ହୋଇଥିଲେ । ବୈଠକରେ ବ୍ଲକ ସଂପାଦକ ନରୋତମ ସେଲମା, ଉପସଭାପତି ମାୟାଧର ଭୋଇ, ଉପଦେଷ୍ଟା ନୃପମଣି ଗହୀର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.