ଓଡ଼ିଆ ବାର୍ତ୍ତା/ କଟକ: କଟକ ଚାନ୍ଦିନୀଚୌକ ଦୁର୍ଗାପୂଜା କମିଟି କାର୍ଯ୍ୟାଳୟ ଠାରେ ଶତପଥୀ ରୋଜାଲିନ ବେହେରାଙ୍କ ପ୍ରଥମ ଉପନ୍ୟାସ “ବୁନ୍ଦାଏ କାକର” ର ଉନ୍ମୋଚନ ଉତ୍ସବ କବିତା ପାଠୋତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ, ଡଃ ଲକ୍ଷ୍ମଣ ସାହୁ, ଡଃ ଏସ୍ କେ କଲିମୁଲ୍ଲା, ଡ଼କ୍ଟର ବିଦ୍ୟୁତପ୍ରଭା ମିଶ୍ର , ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ଏବଂ ପଣ୍ଡିତ ନୀଳକଣ୍ଠ ରାଉତ୍ ପ୍ରମୁଖ ଯୋଗଦେଇ ପୁସ୍ତକଟିକୁ ସମୀକ୍ଷା କରିଥିଲେ । ଅତିଥିମାନେ ଆଧୁନିକ ସମାଜର ବାସ୍ତବ କାହାଣୀକୁ ନେଇ ଉପନ୍ୟାସ ଗତିଶୀଳ ହୋଇଛି ତେଣୁ ଏହା ପାଠକୀୟ ଆଦୃତି ଲାଭ କରିବ ବୋଲି ମତ ପୋଷଣ କରିଥିଲେ ।କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ରାକେଶ କୁମାର ବେହେରା। ଉପନ୍ୟାସଟିରେ ଲେଖିକା ସାମ୍ପ୍ରତିକ ରାଜନୀତିର ଅବ୍ୟବସ୍ଥା ଏବଂ ଭୟାବହତାକୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି । ତେବେ ଉପନ୍ୟାସର କାହାଣୀଟି ଏକଦମ ମନଛୁଆଁ ଏବଂ ଏକ ସରଳ ଗ୍ରାମୀଣ ଜୀବନ ଶୈଳୀ ଉପରେ ଆଧାରିତ ।
ଏହି ଉପନ୍ୟାସଟି ପାଠକୀୟ ଶ୍ରଦ୍ଧା ଲାଭ କରିବ ଲେଖିକା ଶତପଥୀ ରୋଜାଲିନ ବେହେରା ଆଶା ପୋଷଣ କରିଛନ୍ତି ।