ସୋନପୁର ମଡେଲ ଡିଗ୍ରୀ କଲେଜରେ ଜି-୨୦ ଭାରତ ଉପରେ  ସେମିନାର 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ସଦର ମଡେଲ ଡିଗ୍ରୀ କଲେଜଠାରେ ଜି-୨୦ ଭାରତ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସେମିନାରରେ ମୁଖ୍ଯ ଅତିଥି ଭାବେ କିସ୍ ୟୁନଭରସିଟିର କୁଳପତି ସସ୍ମିତା ସାମନ୍ତ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ କିସ୍ ର ନିଦ୍ଦେର୍ଶକ ଜୟନ୍ତ କୁମାର ପରିଡ଼ା, କିସ୍ ୟୁନଭରସିଟିର ପ୍ରଫେସର ଅନିତା ପତି, ପ୍ରଫେସର ପ୍ରଦତ୍ତ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମ ରେ ଅତିଥି ଗଣ ଜି-୨୦ ଲକ୍ଷ୍ଯ ଉଦ୍ଦେଶ୍ଯ  ଜ୍ଞାପନ କରିବା ସହ ନିଜର ସ୍ୱପ୍ନ କିଭଳି ବାସ୍ତବ ସ୍ୱପ୍ନରେ ପରିଣତ ହେବ ସମାଜରେ ନିଜସ୍ବ ଉଦ୍ୟମରେ ଆଗକୁ ଯାଇପାରିବ ସେନେଇ ଆଲୋକପାତ କରିଥିଲେ । ବିଶେଷ କରି ସବୁଥାଇ ବି କିଛି ନଥିଲା ପରି ପର ଉପରେ ନିର୍ଭରଶୀଳ ନହୋଇ କିଭଳି ଆଗକୁ ଯାଇପାରିବେ ଏବଂ ସମାଜର ପରିବେଶ ସହିତ ଖାପ ଖୁଆଇ ଚଳିପାରିବେ ସେ ନେଇ ଆଲୋଚନା କରାଯାଇଥିଲା। ଗ୍ରାମାଞ୍ଚଳରୁ ଆରମ୍ଭ କରି ବିଶ୍ୱସ୍ତରରେ ନିଜର ଛାପ ବଜାଇ ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ଏ ଅବସରରେ ମାଁ ମାଟିର ସେବା ତଥା ସମାଜ ପାଇଁ ନିଜ ଜୀବନକୁ ବାଜିଲଗାଇ କାର୍ଯ୍ୟ କରିଥିବା ମହାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।

ସେମାନେ ହେଲେ ସମ୍ୱଲପୁରୀ ପାଟବସ୍ତ୍ର ବାନ୍ଧ ଶିଳ୍ପି ଚତୁର୍ଭୁଜ ମେହେର, କୋଭିଡ ଯୋଦ୍ଧା ତଥା ଯୁବ ସମାଜସେବୀ ନାରାୟଣ ଲୁହା, ପରିବେଶବିତ୍ ତଥା ପକ୍ଷୀ ପ୍ରେମି ଜ୍ୟୋତି ଆଦିତ୍ୟ ପିନାକୀ ପଣ୍ଡା, ସମାଜସେବୀ, ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ବ୍ୟକ୍ତିଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି ସେମିନାର ରେ ମଡେଲ୍ ଡିଗ୍ରୀ କଲେଜର ଛାତଛାତ୍ରୀ ସମେତ, ସାହାରା ଟ୍ରଷ୍ଟ ହାଇସ୍କୁଲ, ପ୍ରଜ୍ଞା ଭାରତୀ ହାଇସ୍କୁଲ, କୋଶଳ ଆବାସିକ ହାଇସ୍କୁଲ, ସାଇକୃପା ହାଇସ୍କୁଲ ର ଛାତ୍ର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.