କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ କନ୍ଧ ସଂସ୍କୃତି ସଂପାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କରାହାଣ୍ଡି ବିଶ୍ଵବିଦ୍ୟାଳୟ ଓ ଓଡ଼ିଆ ଗବେଷଣା ପରିଷଦର ମିଳିତ ଆନୁକୁଲ୍ୟରେ କନ୍ଧ ସଂସ୍କୃତି ଉପରେ ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥି ମୁଖ୍ୟଅତିଥି, ଓଡ଼ିଆ ଗବେଷଣା ପରିଷଦର ଉପସଭାପତି ସଭାମୁଖ୍ୟ, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଲେଖକ ରାସବିହାରୀ ବେହେରା, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରାଙ୍ଗ ଚରଣ ଦାଶ ମଞ୍ଚାସୀନ ଥିଲେ। ଏହି ସମ୍ପାନରେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ଡକ୍ଟର ଅଜିତ କୁମାର ବେହେରା, ବିଶିଷ୍ଟ ଭାଷାବିଦ୍ ପରମେଶ୍ବର ମୁଣ୍ଡ ଓ ବିଶିଷ୍ଟ ଲେଖିକା ଡକ୍ଟର ପଲ୍ଲୀଶ୍ରୀ ପଟ୍ଟନାୟକ କନ୍ଧ ସଂସ୍କୃତିର ଅନେକ ଅନାଲୋଚିତ ଦିଗ ଓ ତାଙ୍କର ଲୁପ୍ତପ୍ରାୟ ଭାଷା, ସାହିତ୍ୟ ଓ ସଂସ୍କତିର ପୁନରୁଦ୍ଧାର କିପରି ହୋଇ ପାରିବ ସେ ସଂମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏଥିରେ କନ୍ଧ ଯୁବକବି ଅଜିତ୍ କୁମାର ଭୋଇଙ୍କ କବିତା ସଂକଳନ ଉଲଗୁଲାନ ଉନ୍ମୋଚିତ ହୋଇଥିଲା। ଏହି ସଂପାନରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ, କଳାହାଣ୍ଡି ଆଦିବାସୀ ସମାଜର ସଭାପତି ପ୍ରକାଶ ମାଝୀଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.