ରାୟଗଡା ଜିଲ୍ଳା ପ୍ରଶାସନ ପକ୍ଷରୁ ଆମ୍ବେଦକର ଜୟନ୍ତି ପାଳନ

ଦେଶରେ ସାମାଜିକ ଅସମାନତାକୁ ଦୂରେଇବା ପାଇଁ ସଂଗ୍ରାମ କରିଥିଲେ ଡଃ.ଆମ୍ବେଦକର -ମନ୍ତ୍ରୀ ଜଗନ୍ନାଥ ସାରକା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ସାରା ଦେଶ ପାଳୁଛି ଡଃ.ବାବା ସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତି । ଏହି ଅବସରରେ ରାୟଗଡା ଜିଲ୍ଳା ପ୍ରଶାସନ ତରଫରୁ ମଧ୍ୟ ଜୟନ୍ତି ପାଳନ କରାଯାଇଛି । ଆଜି ସକାଳ ସାଢେ ୮ଟା ସମୟରେ ସହରର ନୂଆ ବସଷ୍ଟାଣ୍ଡ ଛକ ଓ ଅମ୍ବେଦକର ନଗରରେ ରହିଥିବା ଆମ୍ବେଦରକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ପି.ମହେଶ ପଟ୍ଟନାୟକ,ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ,ଜିଲ୍ଳାପାଳ ସ୍ୱଧାଦେବ ସିଂ,ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା,ଜଳଛାୟା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଡଃ.ଦୟାନିଧି ବାଗ,ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ମିତା ବାଉରୀଙ୍କ ସମେତ ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ୍ କୁମାର ମହାନ୍ତି,ବୋମାଲି କାନ୍ତରାଓ ପ୍ରମୁଖ ଯୋଗ ଦେଇଥିଲେ । ବାବା ସାହେବ ଆମ୍ବେଦକରଙ୍କ ସଂଘର୍ଷ ଜୀବନୀ ଓ ଦେଶର ସମସ୍ତ ବର୍ଗଙ୍କ ପାଇଁ ସମ୍ବିଧାନରେ ସମାନ ଅଧିକାର ପାଇବାର ବିଧିବ୍ୟବସ୍ଥାର ପ୍ରଣୟନ କରିଥିବା ବିଷୟଗୁଡିକ ଉପରେ ମନ୍ତ୍ରୀ ଶ୍ରୀ ସାରକା,ବିଧାୟକ ଶ୍ରୀ ମୁଦୁଲି,ପୂର୍ବତନ ସାଂସଦ ଶ୍ରୀ ରାଓ,ଶିକ୍ଷାବିତ୍ ଶ୍ରୀ ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବାଗ୍ ଆଲୋକପାତ କରିଥିଲେ । ସେହିପରି ଏହି ଜୟନ୍ତି ପାଳନ ଅବସରରେ ଜିଲ୍ଳା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ଏକ ସ୍ମୃତିଚାରଣ ସଭା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ୍ବେଦକର ଭାରତରେ ବ୍ୟାପିଥିବା ସାମାଜିକ ଅସମାନତାକୁ ଦୂର କରିବା ପାଇଁ ସଂଗ୍ରାମ କରିଥିଲେ ଏବଂ ସେ ଜଣେ ରାଜନୈତିଞ,ଅର୍ଥନୈତିଞ ଏବଂ ସମାଜ ସଂସ୍କାରକ ଥିଲେ ବୋଲି ମନ୍ତ୍ରୀ ଶ୍ରୀ ସାରକା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଳାପାଳ ଭୀମସେନ ଶବର,ପୈାରାଧ୍ୟକ୍ଷ ଶ୍ରୀ ପଟ୍ଟନାୟକ,ଉପାଧ୍ୟକ୍ଷା ଶ୍ରୀମତି ଶୁଭ୍ରା ପଣ୍ଡା,ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ଅର୍ଚ୍ଚନା ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡଃ.ଭୀମାରାଓ ଆମ୍ବେଦକରଙ୍କ ଜୀବନୀ ଓ ଆଇନ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ତଥା ଅବଦାନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁଶ୍ମିତା ବାଉରୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟାଳୟର ପ୍ରାକ୍ଷେପିକ ପୀତବାସ ବିଶ୍ୱାଳ ସଂଯୋଜନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.