ବିଜେପି ଓ କଂଗ୍ରେସ ଦଳର ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ଓ ଭିତିହୀନ କହିଲେ ଭାସ୍କର ରାଓ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ବିଜେଡିର ଟାଣୁଆ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ବିରୁଦ୍ଧରେ ଟ୍ରକ ମାଲିକ ସଂଘ ପକ୍ଷରୁ ଦିଆଯାଇଥିବା ଏତଲାକୁ ନେଇ ଜିଲ୍ଳା କଂଗ୍ରେସ ଓ ବିଜେପିର ଅଭିଯୋଗକୁ ସଂପୂର୍ଣର୍ ମିଥ୍ୟା,ମନଗଢା,ଭିତିହୀନ ଏବଂ ସଂପୂର୍ଣ୍ଣ ରାଜେନୌତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଗୁରୁବାର ଦିନ ନିଜ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଶ୍ରୀ ରାଓ । ରାୟଗଡା ଜିଲ୍ଳା ଏକ ନକ୍ସଲ ପ୍ରବଣ ଜିଲ୍ଳା । ଏଠାରେ ଦୀର୍ଘ ବର୍ଷ ହେବ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ମିଳିତ ଉଦ୍ୟମରେ ନକ୍ସଲ ଦମନ କାର୍ଯ୍ୟକ୍ରମ ଚାଲୁ ରହିଛି । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗଙ୍କ ରିପୋର୍ଟରେ କେବେ ବି ରାୟଗଡା ଟ୍ରକ ମାଲିକ ସଂଘ କିମ୍ବା ମୋ ଦ୍ୱାରା ନକ୍ସଲଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗର ରିପୋର୍ଟ ନାହିଁ । ତେଣୁ ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ଲାଗି କିଛି ବ୍ୟକ୍ତି ବିଶେଷ ଓ କିଛି ରାଜନୈତିକ ଦଳ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ଶ୍ରୀ ରାଓ କହିଛନ୍ତି । ଗତ ପୈାର ନିର୍ବାଚନ ସମୟରେ କିଛି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଶେଷ କରି ବିଜୁ ଜନତା ଦଳ ଓ କଂଗ୍ରେସ ଦଳର କିଛି କୁଜି ନେତା ବିଜେଡି ପୈାରାଧ୍ୟକ୍ଷ ଟିକେଟ୍ ଆଶାୟୀ ଥିଲେ । ଏଥିରେ ସେମାନେ ବଂଚିତ ହୋଇଥିଲେ । ସେମାନଙ୍କର ନିଜର ରାଜନୈତିକ ସ୍ୱାର୍ଥ ସାଧନ ନ ହୋଇପାରିବାରୁ ଏଭିଭଳି ଷଡଯନ୍ତ୍ର କରି ମୋତେ ବଦନାମ କରିବା ପାଇଁ ଚେଷ୍ଠା କରିଛନ୍ତି ଏବଂ ଆଗାମୀ ସାଧାରଣ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଏହି କୁଚକ୍ରୀ ଗୋଷ୍ଠୀ ଏକତ୍ରୀତ ହୋଇ ଯୋଜନା କରୁଥିବା କହିଛନ୍ତି ଶ୍ରୀ ରାଓ । ସେହିପରି ରାୟଗଡା ଟ୍ରକ୍ ମାଲିକ ସଂଘ କେବଳ ଏକ ସଂଘ ନୁହେଁ ଏହା ଏକ ପରିବାର । ଦୀର୍ଘ ୪୦ବର୍ଷ ତଳେ ଏନ.ଭାସ୍କର ରାଓଙ୍କ ସମେତ ରାୟଗଡାର କିଛି ସ୍ୱଳ୍ପ ଟ୍ରକ ମାଲିକଙ୍କୁ ନେଇ ସଂଘ ଗଠନ କରାଯାଇଥିଲା । ଉକ୍ତ ସମୟରେ କେବଳ ୪୦ରୁ ୫୦ଟି ଟ୍ରକ ରହିଥିବା ବେଳେ ଆଜି ସଂଘରେ ୬୦୦ରୁ ଉର୍ଦ୍ଧ ଟ୍ରକ ଏବଂ ଶତାଧିକ ଟ୍ରକ ମାଲିକମାନେ ସଦସ୍ୟ ହୋଇଛନ୍ତି ଏବଂ ଅନେକ ଡ୍ରାଇଭର ଓ ହେଲପରମାନେ ନିଜ କଷ୍ଟରେ ମାଲିକ ହୋଇ ସାରିଥିବାରୁ ମୁଁ ସେମାନଙ୍କ ଏହି ଉନ୍ନତୀକୁ ନେଇ ଖୁସିବ୍ୟକ୍ତ କରୁଛି ବୋଲି ଶ୍ରୀ ରାଓ କହିଛନ୍ତି । ସମୟାନୁକ୍ରମେ କିଛି କିଛି ମାଲିକମାନଙ୍କ ସହଯୋଗ ଏବଂ ବିଭିନ୍ନ ଘାତ-ପ୍ରତିଘାତ ମଧ୍ୟରେ ଆଜି ସଂଘ ଏକ ଦୃଢ ଅନୁଷ୍ଠାନ ଭାବରେ ଗଢି ଉଠିଛି । ଏହି ସଂଘ ଗଠନରେ ସ୍ୱର୍ଗତ ଅଶୋକ ପାଣିଗ୍ରାହୀ,ବାନାପାଲି ଆପାରାଓ ଏବଂ ଇପିଲି ରାମାକ୍ରିଷ୍ଣାଙ୍କ ଭଳି ମାଲିକଙ୍କ ଅବଦାନକୁ କେବେ ଭୁଲିବା ଉଚିତ ନୁହେଁ ବୋଲି ଶ୍ରୀ ରାଓ କହିବା ସହ ଏହି ଦୀର୍ଘ ଯାତ୍ରା ସମୟରେ ଆଜି ଯେଉଁ ରାଜନୈତିକ ଦଳଗୁଡିକ ଟ୍ରକ ମାଲିକ ସଂଘ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ ବହୁବାର ଏହାକୁ ନିଜ ଅକ୍ତିଆରରେ ନେବାକୁ ଚେଷ୍ଠା କରିବ ବିଫଳ ହୋଇଛନ୍ତି । ବର୍ତମାନ ଏହି କୁଚକ୍ରୀ ଗୋଷ୍ଠୀ ଯେଉଁ ସବୁ କାର୍ଯ୍ୟକ୍ରମ ସେମାନେ ଚଳାଇଛନ୍ତି ତାହା ସେଥିର ଏକ ଅଂଶବିଶେଷ ବୋଲି ଶ୍ରୀ ରାଓ କହିବା ସହ ଏଭଳି ହୀନ ରାଜନୀତି ଏବଂ କୁଚକ୍ରାନ୍ତରୁ କ୍ଷ୍ୟାନ୍ତ ରହିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଜରିଆରେ ଶ୍ରୀ ରାଓ ନିବେଦନ କରିଛନ୍ତି । ପ୍ରକାଶ ଥାଉ କି, ଟ୍ରକ ମାଲିକ ସଂଘ ରାୟଗଡାରେ ଚାଲିଥିବା କିଛି ସମସ୍ୟାର ସମାଧାନ ହୋଇ ନ ପାରିବା ଏବଂ କିଛି ବିବାଦକୁ ନେଇ ସଂଘର କିଛି ସଦସ୍ୟଙ୍କ ପକ୍ଷରୁ ଏ ନେଇ ରାୟଗଡା ଥାନାରେ ଏନ.ଭାସ୍କର ରାଓଙ୍କ ବିରୁଦ୍ଧରେ ଏତଲା ଦିଆଯାଇଥିଲା । ପରେ ହୋଟେଲ ତେଜସ୍ୱୀ ଠାରେ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଟ୍ରକ୍ ମାଲିକମାନଙ୍କୁ ଲୋଡ୍ ମିଳୁ ନ ଥିବା,ଟନ୍ ପିଛା କମିଶନ୍ ଆଦାୟ ଏବଂ ନକ୍ସଲ ନାମରେ ଶ୍ରୀ ରାଓ ସଂଘ ତରଫରୁ ଚାନ୍ଦା ଆଦାୟ କରି ନେଉଥିଲେ ବୋଲି ସାଂଘାତିକ ଅଭିଯୋଗ କରାଯାଇଥିଲା । ଆଉ ଏହି ଅଭିଯୋଗକୁ ନେଇ ଉଭୟ ଜିଲ୍ଳା କଂଗ୍ରେସ ଓ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଓଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ସହ ଇଡି ଓ ଏନଆଇଏ ଭଳି ତଦନ୍ତ କରିବାକୁ ଦାବି କରାଯାଇଥିଲା । ତେବେ ଜିଲ୍ଳାବାସୀଙ୍କ ଭଲ ପାଇବା, ଆଶା, ବିଶ୍ୱାସ ଓ ଆସ୍ଥା ମୋ ଉପରେ ରହିଛି ତେଣୁ ଯେ କୈାଣସି ତଦନ୍ତର ସାମ୍ନା କରିବାକୁ ମୁଁ ପସ୍ତୁତ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି ।