ଟାଉନ ଥାନା ଘେରିଲେ ବିଶିମୁଣ୍ତା ଗାଁ ଲୋକେ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁରର  ବିଶିମୁଣ୍ତା ଗାଁ ଲୋକେ ଟାଉନ ଥାନା ଘେରାଉ କରିଛନ୍ତି । ସୂଚନା ଅନୁସାରେ ଗତ ୨୩ ତାରିଖ ଦିନ ଦୁଇ ଗୋଷ୍ଠୀଙ୍କ ମଧ୍ଯରେ ଗଣ୍ତଗୋଳ ହେବା ଫଳରେ ଉକ୍ତ ଗ୍ରାମର ବିକାଶ କୁମ୍ଭାର ୫ ଜଣଙ୍କ ନାମରେ ଏଟ୍ରୋସିଟି କେସ ଦେଇଥିଲେ । ଏନେଇ ଟାଉନ ଥାନାରେ ୧୦୪/୨୩ ରେ ଏକ ମାମଲା ରୁଜୁ କରିଥିଲା ପୋଲିସ । ଅପର ପକ୍ଷରୁ ଉକ୍ତ ଗ୍ରାମର ଶ୍ରୀନିବାସ ଷାଣ୍ଢ ମଧ୍ଯ ୧୦ ଜଣଙ୍କ ନାମରେ କାଉଣ୍ଟର କେସ ଦେଇଥିଲେ । ଏନେଇ ଟାଉନ ଥାନାରେ ୧୦୫/୨୩ରେ ପୋଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରିରଖି ଥିଲା । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଆଜି ଉକ୍ତ ଗ୍ରାମର ବିକାଶ କୁମ୍ଭାରଙ୍କ ସହିତ ଅନେକ ଲୋକ ଆସି ଥାନା ଘେରାଓ କରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.