ଵୟାଳିଶମୌଜାରେ ଲାଗିଲା ଟଙ୍କା ଡିପୋଜିଟ୍ ମେସିନ୍

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ଵୟାଳିଶମୌଜା ଉପକଣ୍ଠ କଳପଡା ବଜାରସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ଦୁଇମହଲା କୋଠା ତଳ ଏଟିଏମ୍ ମେସିନ୍ ନିକଟରେ ଟଙ୍କା ଉଠାଣ ଓ ଡିପୋଜିଟ୍ ମେସିନ ଲାଗିଛି। ଯାହାଦ୍ବାରା ୪୨ମୌଜା ଓ ଅନ୍ୟ ଅଞ୍ଚଳବାସୀ ମାନେ ବ୍ୟାଙ୍କ ବନ୍ଦ ଥିଲେ ଏଥିରୁ ଉପକୃତ ହୋଇପାରିବେ ବୋଲି ବ୍ୟାଙ୍କ ଶାଖା ପ୍ରବନ୍ଧକ ସୁନୀଲ କୁମାର ସାହାଣୀ ଓ ଆସିଷ୍ଟାଣ୍ଡ ମ୍ୟାନେଜର ରମେଶ ଚନ୍ଦ୍ର ମୁଦୁଲି ପ୍ରକାଶ କରିଛନ୍ତି। ପୂର୍ବରୁ ୪୨ ମୌଜା ଅଞ୍ଚଳରେ ବିଭିନ୍ନ ବ୍ୟାଙ୍କ ତରଫରୁ ଟଙ୍କା ଉଠାଣ ପାଇଁ ଏଟିଏମ୍ ମେସିନ୍ ବସାଯାଇଥିଲେ ମଧ୍ୟ ପ୍ରଥମ ଥର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ତରଫରୁ ଟଙ୍କା ଜମାକାରୀ ମେସିନ୍ ବସାଯାଇଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି। ଏତଦ୍ୱାର ବ୍ୟାଙ୍କ ବନ୍ଦ ଥିବା ସମୟରେ ମଧ୍ୟ ଲୋକେ ଏହି ମେସିନ୍ ସାହାଯ୍ୟରେ ନିଜେ ଟଙ୍କା ଜମା କରିପାରିବେ। ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ସାହାଣୀ କହିବା ମୁତାବକ ଏହି ମେସିନର ବିଶେଷତା ହେଲା ଗ୍ରାହକ ଏଟିଏମ୍ କାର୍ଡ ବ୍ୟବହାର ନ କରି ମଧ୍ୟ ଆକାଉଣ୍ଟ ଓ ମୋବାଇଲ୍ ନମ୍ୱର୍ ଦ୍ୱାରା ଟଙ୍କା ଜମା କରି ପାରିବେ। ଏ ନେଇ ଯୁବ ସାମ୍ୱାଦିକ ଚନ୍ଦନ ମହାନ୍ତି, ସାମ୍ୱାଦିକ ଦୀପକ ଆଚାର୍ଯ୍ୟ ପ୍ରମୁଖ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.