ଦୁଇଟି କିଡ଼ନୀ ଅଚଳ; ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅଟୋ ଚାଳକ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଦୁଇଟି କିଡ଼ନୀ ଅଚଳ ହେବା ପରେ ଘରେ ମା କୋଳରେ ମୁଣ୍ଡ ରଖି ମୃତ୍ୟୁ ସହ ଯୁଝୁଛି ଅଟୋ ଚାଳକ ନାରାୟଣ ଓରଫ ବାବୁଲା ସେଠି l ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଭିକାପଡ଼ା ବଢ଼େଇ ପଦର ସାହି ଅର୍ଜୁନ ସେଠିଙ୍କ ବଡ ପୁଅ ନାରାୟଣ ଓରଫ ବାବୁଲା ସେଠି (୨୭) ଅଟୋ ଚାଳକ ଭାବେ ବୃଦ୍ଧ ପିତାମାତା ସମେତ ପରିବାରର ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ଭରଣପୋଷଣ କରେ। ବାବୁଲା ଗତ ଚାରିମାସ ପରେ ଘରକୁ ଆସି ହଠାତ ବାନ୍ତି କରିବା ସହ ଅସୁସ୍ଥ ଅନୁଭବ କରିଥିଲେ l ପରିବାର ଲୋକମାନେ ବାବୁଲାକୁ ଏମକେସିଜିକୁ ନେଇ ଡାକ୍ତର ପରାମର୍ଶ ପରେ ବାବୁଲା କିଡ଼ନୀ ବା ବୃକକ ଜନିତ ରୋଗରେ ପୀଡିତ ଥିବା ପ୍ରକାଶ କରିବା ପରେ ମା ପ୍ରଭାସିନୀ ଓ ବାପା ଅର୍ଜୁନ ଓ ନବ ବିବାହିତା ପତ୍ନୀ ସନ୍ଧ୍ୟା ର ପାଦ ତଳୁ ମାଟି ଖସି ଯାଇଥିଲା l ପରେ ଧାର ଉଦ୍ଧାର କରି ଭୁବନେଶ୍ୱର ର ହାଇଟେକ ମେଡିକାଲ ରେ ଚିକିଛା କରି ପ୍ରାୟ ତିନି ଲକ୍ଷ ଟଙ୍କା ବ୍ୟୟ କରି ପ୍ରତିଦିନ ରକ୍ତ ଚଢ଼ାଇବା ଓ ଡ୍ୟାଲିସିସ କରି ସମସ୍ତ ଖର୍ଚ୍ଚ ହୋଇଯିବା ପରେ ଚିକିଛା ପାଇଁ ଅର୍ଥ ଅଭାବ ଯୋଗୁ ଘରେ ପଡି ଯନ୍ତ୍ରଣା ରେ ଛଟପଟ ହେବା ସହ ବାପା ପୁଅ ର କଷ୍ଟ ଦେଖି ନପାରି ପୁଅ ର ଚିକିଛା ଖର୍ଚ ପାଇଁ ବୃଦ୍ଧାବସ୍ଥା ରେ ଚେନ୍ନାଇ ପଳାଇଗଲା l ସାନ ଭାଇ ପାଠ ଛାଡି ପରିବାର ବୋଝ ସାଙ୍ଗକୁ ଭାଇ ଖର୍ଚ ପାଇଁ ଗାଡି ଚଳାଉଛି l ତେବେ ହାଇଟେକ ଡାକ୍ତର ବାବୁଲା ର ଦୁଇ ଗୋଟି ବୃକକ ( କିଡ୍ନୀ ) ଅଚଳ ହୋଇଛି l କିଡ୍ନୀ ପ୍ରତିରୋପଣ ପାଇଁ ୧୫ ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିବା ପରେ ମା ପ୍ରଭାସିନୀ ପୁଅ ଦୁଃଖ ଦେଖି ପାଗଳିନୀ ଭଳି କାନ୍ଦି କାନ୍ଦି ତଳେ ଲୋଟାଉଥିବା ବେଳେ ବାବୁଲା ର ପତ୍ନୀ ସନ୍ଧ୍ୟା ତାର ମାତ୍ର ଦେଢ଼ ବର୍ଷ ଝିଅ କୁ ଓ.ବାବୁଲା ର ମା ସହିତ ବୁଲି ପୁଅ ର ଜୀବନ ରକ୍ଷା ପାଇଁ ଭିକ୍ଷା ବୃତି କରୁଥିବା ଦେଖିବାକୁ ମିଳିଛି l ମୁମୂର୍ଷୁ ବାବୁଲା ମା କୋଳରେ ମୁଣ୍ଡ ରଖି ସରକାର ସାହାଯ୍ୟ କୁ ଅପେକ୍ଷା କରିବା ସହ ଯେ କୌଣସି ସହୃଦୟ ବ୍ୟକ୍ତି କିଡ୍ନୀ ଦାନ କରି ତାକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଅଶ୍ରୁ ସଜଳ ଓ କୋହ ଭରା କଣ୍ଠ ନିବେଦନ କରିଛି l ଏଯାବତ କୌଣସି ସରକାରୀ ସାହାଯ୍ୟ ବାବୁଲା ପାଖରେ ପହଂଚି ପାରିନି l ଯା ଫଳରେ ବାବୁଲା ରକ୍ତ ନେଇ ପାରୁନି କି ଡ୍ୟାଲିସିସ କରି ନପାରି ଯନ୍ତ୍ରଣା ରେ ଛଟପଟ ହୋଇ ବିଷ ମାଗୁଥିବା ତାର ମା ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ବଖାଣିବା ସହ କିଡ୍ନୀ ପ୍ରତିରୋପଣ ପାଇଁ ସହାୟତା କୁ କାନି ପତି ମାଗୁଛି l ତେଣୁ ଗ୍ରାମର ର ସମସ୍ତ ଯୁବକ ମହିଳା ଓ ଗ୍ରାମବାସୀ ମାନେ ସରକାର ତୁରନ୍ତ ହସ୍ତକ୍ଷେପ କରି ବାବୁଲା ଚିକିଛା ପାଇଁ ବ୍ୟବସ୍ତା କରିବା ପାଇଁ ଗଂଜାମ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିଚ୍ଚାଧିକାରୀ ଓ ସ୍ଥାନୀୟ ବିଧାୟିକା ଓ ସ୍ୱେଚ୍ଛାସେବୀ ସଂସ୍ଥା ମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.