ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ମିଳିତ ଆନୁକୂଲ୍ୟରେ ବର୍ଷା ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବକେନ୍ଦ୍ରର ଲେଖାପାଳ ଦ୍ଵିତୀୟା ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେରଙ୍କ ନେତୃତ୍ୱରେ ନର୍ଲା ବ୍ଲକର ବଡଧାରପୁର, ସାନ୍ତପୂର, ଘଣ୍ଟମାଳ, ନିସାଣପୁର, ଛତିକୁଡ଼ା ଓ ଗୋହିରାପଦର ଏହି ୬ ଗୋଟି ଗ୍ରାମରେ ବର୍ଷା ଜଳ ସଂରକ୍ଷଣକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବର୍ଷା ଦିନରେ ପଡୁଥିବା ବର୍ଷା ଜଳକୁ କିପରି ସଂରକ୍ଷଣ କରିବା ଏବଂ ଗ୍ରୀଷ୍ମଋତୁରେ ତାର ସୁବିନିଯୋଗ କରିବା । ତତ ସହିତ ଜଳ କେଉଁଠି ପଡୁଛି ଏବଂ କେତେବେଳେ ପଡୁଛି ତାକୁ କିଭଳି ଓ କେଉଁ ସବୁ ପ୍ରଣାଳୀରେ ସଂରକ୍ଷଣ କରିବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହେଇଥିଲା ।

Udyog Nursery
Udyogi Nursery

ଆୟୋଜିତ କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ସଭ୍ୟ/ସଭ୍ୟା, ଯୁବକ ସଂଘର ସଦସ୍ୟ ଓ ଗ୍ରାମର ସମସ୍ତ ଜନ ସାଧାରଣ ଯୋଗଦାନ କରିଥିଲେ । ଏଥିରେ ଜଳ ସଂରକ୍ଷଣକୁ ନେଇ ସଚେତନତା ଏକାଙ୍କିକା ନାଟକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅବନୀ ସାହୁ ଓ ବି.ଆର ରାଜଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଯୁବ ସ୍ବେଛାସେବୀ ମିଲନ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଜାତୀୟ ଯୁବ ସ୍ୱେଚ୍ଛା ସେବୀ ନବୀନ ସାହୁ(ରାଜା) ଓ ସୁଶିଲ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.