IPL ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର କଲା ଲକ୍ଷ୍ନୌ

ଓଡ଼ିଆ ବାର୍ତ୍ତା/ ମୋହାଲୀ: ଚଳିତ ଆଇପିଏଲରେ ଶୁକ୍ରବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ୨୫୮ ରନର ବିଶାଳ ଲକ୍ଷ୍ୟ ପଞ୍ଜାବ କିଙ୍ଗସ ସମ୍ମୁଖରେ ରଖିଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳଗତ ପ୍ରଦର୍ଶନ କରି ୨୦ ଓଭରରେ ୫ ୱିକେଟ ବିନିମୟରେ ୨୫୭ ରନ କରିଥିଲା । ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାମରେ ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡ ଏବେ ବି ରହିଛି । ୨୦୧୩ରେ ବାଙ୍ଗାଲୋର ଟିମ ୫ ୱିକେଟ ବିନିମୟରେ ୨୬୩ ରନ ସଂଗ୍ରହ କରିଥିଲା । ଲକ୍ଷ୍ନୌ ପକ୍ଷରୁ ମାର୍କସ ଷ୍ଟୋଇନିସ ୭୨, ନିକୋଲସ ପୂରନ ୪୫, କାୟଲ ମେୟର୍ସ ୫୪, ଆୟୁଷ ବଦାନୀ ୪୩ ରନ କରିଥିଲେ । ପଞ୍ଜାବ ପକ୍ଷରୁ କାଗିସୋ ରାବାଡା ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ରାହୁଲ ଚହରଙ୍କ ବ୍ୟତୀତ ଦଳର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଚହର ୪ ଓଭରରେ ୨୯ ରନ ଦେଇଥିଲେ । ଟସ ଜିତି ପଞ୍ଜାବ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଲକ୍ଷ୍ନୌ ୭ଟି ମ୍ୟାଚରେ ୮ ପଂଏଟ ହାସଲ କରିଥିବା ବେଳେ ପଞ୍ଜାବ ମଧ୍ୟ ସମାନ ସ୍ଥିତିରେ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.