୧୬ ନମ୍ବର ଜାତୀୟ ରାଜପଥରେ ଡକାୟତି ଉଦ୍ୟମ; ଚଳନ୍ତା କାର ଉପରକୁ ପଥର ମାଡ଼, ମହିଳା ଆହତ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗତକାଲି ସନ୍ଧ୍ୟା ୮ ଘଣ୍ଟା ସମୟରେ ଏକ ଇନୋଭା କର ଓଆରଏନ୦୦୦୮ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ୱର ଠାରୁ ବ୍ରହ୍ମପୁର ଯାଉଥିବା ବେଳେ ବାଲୁଗାଁ – ବଡକୁଳ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ହମ୍ପସ ପାରି ହେଉଥିବା ବେଳେ ଜାତୀୟ ରାଜପଥର ପୂର୍ବ ପଟୁ ଦୁଇଜଣ ଯୁବକ କଳା ପଲସର ଧରି ମୁହଁରେ ରଙ୍ଗ ପଟି ବାନ୍ଧି ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ଚାଳକ ରତ୍ନାକର ଗୌଡ଼ ଗାଡି ଦ୍ରୁତ ଗତିରେ ଚଳାଇଥିଲେ ମଧ୍ୟ ନିକଟସ୍ଥ ଘାସ ବୁଦା ମଧ୍ୟରୁ ଅନ୍ୟ କିଛି ଯୁବକ ବାହାରି ଉକ୍ତ କାରର ପିଛା କରିଥିଲେ। ଗାଡି ନ ଅଟକାଇବାରୁ ଡକାୟତି ଉଦ୍ୟମ କରିବା ପାଇଁ ଅପେକ୍ଷା କରିଥିବା ଯୁବକମାନେ ହଠାତ କାର ଉପରକୁ ଲଗାତାର ପଥର ଫିଙ୍ଗି ଥିଲେ। ଯାହା ଫଳରେ କାରରେ ବସିଥିବା ଜଗନ୍ନାଥ ପ୍ରସାଦ ବ୍ଲକର ଭିଏଲଡବ୍ଲ୍ୟୁ ବସନ୍ତ ସାହୁଙ୍କ ପତ୍ନୀ ମମତା ସାହୁ ମୁହଁ ଓ ଦାନ୍ତ ଭାଙ୍ଗି ଆହତ ହୋଇଥିବା ବେଳେ ତାଙ୍କ ପୁଅ ରୋଶନ ସାହୁ, ଝିଅ ଲିପ୍ସା ସାହୁ ଓ ଗାଡି ଚାଳକ ଅଳ୍ପକେ ରକ୍ଷା ପାଇଥିବା ଜଣାପଡିଛି। ଆହତ ମମତା ସାହୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.