ରାୟଗଡାରେ କେସିସି ବ୍ୟାଙ୍କର ସମୀକ୍ଷା ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ରାୟଗଡା ସ୍ଥିତ ଜିଲ୍ଲା ପରିଷଦ ସଭା ଗୃହରେ କେସିସି ବ୍ୟାଙ୍କର ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ନିର୍ଦେଶକ ଜଗନ୍ନାଥ ନୁଡ୍ରୁକା, ତ୍ରିପତୀ ବାନାଗାଡି, ବୃନ୍ଦାବନ ଶବର, ସଂପାଦକ କୃଷ୍ଣ ଚନ୍ଦ୍ର ଜାନୀ, ବରିଷ୍ଠ ମ୍ୟାନେଜର ହରିହର ତ୍ରିପାଠୀ ସମେତ ସମସ୍ତ ଲ୍ୟାମ୍ପର ଏମଡି, ଇନଚାର୍ଚ ଏମଡି, କେସିସି ବ୍ୟାଙ୍କର ବିଏମ, ଏଆରସିଏସ ଓଡିଆରସିସି କର୍ମଚାରୀମାନେ ଉପସ୍ଥିତ ଥିଲେ ।ବୈଠକରେ ମୁଖ୍ୟତଃ ଋଣ ପ୍ରଦାନ ଏବଂ ଆଦାୟ ନେଇ ଆଲୋଚନା କରାଯାଇଥିଲା । ସମସ୍ତ ତଥ୍ୟକୁ କମ୍ପ୍ୟୁଟରକରଣ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ଜିରୋ ପ୍ରତିଶତ ସୁଧ ଋଣ ପ୍ରଦାନ ନେଇ ବୈଠକରେ ଉପସ୍ଥିତ ଥିବା ଏମଡିମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଯାଇଥିଲା । ଏସଏଚଜିଙ୍କୁ ବିନା ସୁଧରେ ଋଣ ପ୍ରଦାନ ଏବଂ କୃଷି ଋଣ ମଧ୍ୟ ବିନା ସୁଧରେ ଦେବା ନେଇ ଆଲୋଚନା ହୋଇଥିଲା । ସେହିପରି ବକେୟା ଥିବା ଋଣକୁ କିପରି ଆଦାୟ କରାଯିବ ଏବଂ ଏଥିପାଇଁ କି ପ୍ରକାର ପନ୍ଥା ଅବଲମ୍ବନ କରାଯିବ ସେନେଇ ବିସ୍ତୃତ ଭାବେ ବୁଝାଯାଇଥିଲା । ଆଗାମୀ ଆର୍ଥିକ ବର୍ଷର ଆକ୍ସନ ପ୍ଲାନ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ସେହିପରି ବଜେଟକୁ ନେଇ ଅଧିକାରୀମାନେ ବୁଝାଇଥିଲେ। ଚାଷପାଇଁ ସାର, ବିହନ ଇତ୍ୟାଦି କିପରି ଦିଆଯିବ ତାହାକୁ ନେଇ ଚର୍ଚ୍ଚା କରାଯାଇଥିଲା । ସମସ୍ତ ଏମଡି, ଇନଚାର୍ଜ ଏମଡିମାନେ ସମସ୍ତ ବିଷୟ ପୁଙ୍ଖାନୁପୁଙ୍ଖ ଭାବେ ବୁଜିପାରିଥିବାରୁ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ରବି ଋଣ ପ୍ରଦାନରେ ଭଲ କାମ କରିଥିବାରୁ ଟିକିରି ବ୍ରାଞ୍ଚ ମ୍ୟାନେଜର ସୋନାଲି ନାୟକ, ରାମନାଗୁଡା ଲ୍ୟାମ୍ପର ଏମଡି ଭିଷିକେଶ ରାଓ, ମୁନିଗୁଡା ଲ୍ୟାମ୍ପର ଇନଚାର୍ଜ ଏମଡି ସୁଧାଂଶୁ ରଥଙ୍କୁ ପୁରସ୍କୃତ କରାଯାଇଥିଲା । ରାୟଗଡା ଜିଲ୍ଲାରେ ହେବାକୁ ଥିବା ନୂତନ ୭୯ଟି ଲ୍ୟାମ୍ପ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।ଦୁଇଟି ପଞ୍ଚାୟତକୁ ନେଇ ଗୋଟିଏ ଲ୍ୟାମ୍ପ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.