ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ଗୋଷ୍ଠୀଗୃହ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କୋଲନରା ବ୍ଲକ ଥେରୁବାଲି ଆଦିବାସୀ ସାହିରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଅନୁରୋଧକ୍ରମେ ଇମ୍ଫାର ବନଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀଗୃହକୁ ଇମ୍ଫା ଶିଳ୍ପ ଗୋଷ୍ଠୀର ବ୍ୟବସାୟିକ ମୁଖ୍ୟ  ଦୀପକ କୁମାର ମହାନ୍ତି ଏକ ନିରାଡମ୍ବର ଉତ୍ସବରେ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଇମ୍ଫାର ଉପ ସଭାପତି ଆଶିଷ କୁମାର ରାୟ, ମୁଖ୍ୟ ପ୍ରବନ୍ଧକ (ଯାନ୍ତ୍ରିକ)  ଏମ.ଶ୍ରୀନିବାସ, ଉପ ମୁଖ୍ୟ ପ୍ରବନ୍ଧକ (କାର୍ମିକ ଓ ପ୍ରଶାସନ)  କଲୋଳ କୁମାର ନାୟକ ଯୋଗ ଦେଇଥିବା ବେଳେ ଥେରୁବାଲି ସରପଞ୍ଚ ସୁଶ୍ରୀ ମମତା ପୁଲାକା ଏଥିରେ ଯୋଗ ଦେଇ ଇମ୍ଫାର ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଏଭଳି ମହତ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ଥେରୁବାଲିର ସାମାଜିକ କର୍ମୀ  ରାଧାଶ୍ୟାମ ପଣ୍ଡା, ପରମେଶ୍ଵର ନିଳଗିରି, ନକୁଲ ସେନାପତି,  ଅଶୋକ ହିକକା ଏବଂ ଆଦିବାସୀ ସାହିର ମହିଳାମାନେ ଏବଂ  ଲାଲା, ମାଠିଆ, ନୀଳାମ୍ବର, ବିଜୟ, ଚୌଧୁରୀ ଆଦି ମୁଖିଆମାନେ ଯୋଗ ଦେଇଥିଲେ । ଉପସ୍ଥିତ ମହିଳାମାନେ ଏଭଳି ଏକ ଗୋଷ୍ଠୀ ଗୃହ ନିର୍ମାଣ କରିଥିବାରୁ ଇମ୍ଫା ଏବଂ ବନଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ । ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ  ରବୀନ୍ଦ୍ର କୌଶଲ୍ୟା ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.