ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିଥିବା ‘୫-ଟି’ ସଚିବ ତଥା ମୁଖ୍ୟ ମନ୍ତ୍ରୀ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ଜୟପାଟଣା ବ୍ଲକର ମଙ୍ଗଳ ପୁର ଗ୍ରାମ ପଞ୍ଚାୟତର କନକପୁର ଉଠାଜଳସେଚନ ପ୍ରକଳ୍ପ ଠାରେ ପହଞ୍ଚିଥିଲେ।

ସେଠାରେ ତାଙ୍କୁୁ ବିଭିନ୍ନ ସଙ୍ଗଠନ ତଥା ବ୍ୟକ୍ତିଗତ ଭାବରେ ଦାବିପତ୍ର ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଏଚଜି ମହିଳା ମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ପରେ ମଞ୍ଚ ଉପରକୁ ଯାଇ କନକପୁର ଠାରେ ହେବାକୁ ଥିବା ପାର୍କ ତଥା ମିଉଜିୟମର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ଜନତା ମୁଖ୍ୟ ମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇ ଥିଲେ।

ଦକ୍ଷିଣ କେନେଲ ମରାମତି କାର୍ଯ୍ୟ ଆଉ ୪୧ କି.ମି ବାକି ଥିବାରୁ ତାକୁ ସିଘ୍ର ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ପରେ ମଞ୍ଚରୁ ତଲକୁ ଆସି ସେଠାରେ ଉପସ୍ଥିତ ଥିବା ଜନ ସାଧାରଣ ପାଖକୁ ଆସି ହାତ ମିଲାଇ ଥିଲେ ପରେପରେ କୋକସରା ବ୍ଲକ ଆମପାଣି ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ ।





