ଜିଲ୍ଲା ସ୍ତରୀୟ ଉନ୍ନତ କିସମ କଲମୀ କାଜୁ ଚାଷ ସମ୍ବନ୍ଧୀୟ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିଃ ଭୁବନେଶ୍ୱର ଓ ଭାରତ ସରକାରଙ୍କ କାଜୁ ଓ କୋକ ଉନ୍ନୟନ ନିର୍ଦ୍ଦେଶାଳୟ, କୋଚି, କେରଳର ମିଳିତ ସହଯୋଗରେ ରମ୍ଭା କାଜୁ କ୍ଲଷ୍ଟର ପରିସରରେ ଜିଲ୍ଲା ସ୍ତରୀୟ ଉନ୍ନତ କିସମ କଲମୀ କାଜୁ ଚାଷ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଆଲୋଚନାଚକ୍ର ରେ ଓଡିଶା କାଜୁ ନିଗମ ଅଧକ୍ଷ ସୁବାଷ ଚନ୍ଦ୍ର ମହାରଣା ,ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ ବି ସି ସି ବ୍ୟାଙ୍କ ନିଁର୍ଧେସକ ତଥା ଗଂଜାମ କାଜୁ କ୍ଲଷ୍ଟର ର ସମ୍ପାଦକ ରାମ ମୋହନ ପଣ୍ଡା ନିଁର୍ଧେସକ ପ୍ରକାଶ ଚନ୍ଦ୍ର ପଣ୍ଡା ଏମ ଡି ଜଗମୋହନ ପଣ୍ଡା ଙ୍କ ସମେତ ସାଂସଦ ପ୍ରତିନିଧି ରତ୍ନାକର ସାହୁ ଓ କନକା ସରପଂଚ ,ଶବୁଲିଆ ସରପଞ୍ଚ ,ବାଣିଆ ସରପଞ୍ଚ ଓ ସମିତି ସଭ୍ୟ ,ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜଲ୍ଲି ,ଚନ୍ଦନା ସେଠି କାଜୁ ନିଗମ ର ପରିଚାଳନା ନିର୍ଦ୍ଦେଶକ ଓ କର୍ମଚାରୀମାନେ ଯୋଗ ଦେଇଥିଲେ l ଜିଲ୍ଲାରେ କାଜୁ ଚାଷୀଙ୍କ ବୃଦ୍ଧି ପାଇଥିବା ବେଳେ ଉତ୍ତମ ମାନର କାଜୁ ଉତ୍ପାଦନ ପାଇଁ ସରକାର ଗୁରୁତ୍ୱ ଆରୋପ କରାଯାଉଛି l ତେଣୁ ଖଲ୍ଲିକୋଟ ଠାରେ ଏକ କାଜୁ ଚାରା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ଓ ଫାଇଲିନ ଓ ଅନ୍ୟାନ୍ୟ କାରଣରୁ କାଜୁ ଜଙ୍ଗଲ ରେ ଥିବା ଅନେକ କାଜୁ ଗଛ ନଷ୍ଟ ହୋଇଯାଇଛି l ତେଣୁ କ୍ଷତିଗ୍ରସ୍ତ ଜଙ୍ଗଲ ମାନଙ୍କରେ ପୁନଃ କାଜୁ ଗଛ ରୋପଣ ପାଇଁ ଆଲୋଚନାରେ କାଜୁ ଉଦ୍ୟୋଗୀ ଓ ଚାଷୀମାନେ ଦାବି କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.