ରେତ ନଦୀ ବ୍ରିଜ ମରାମତି ପାଇଁ ୨୬ନଂ ଜାତୀୟ ରାଜପଥ ୩ ଦିନ ବନ୍ଦ ରହିବ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଯୋଲକୋ ଛକ ନିକଟରେ ଥିବା ରେତ ନଦୀ ବ୍ରିଜ ମରାମତି ପାଇଁ ତା ୨୨-୦୫-୨୦୨୩ ରିଖ ଠାରୁ ୨୪-୦୫-୨୦୨୩ ତିନିଦିନ ଯାନବାହନ ଚଳାଚଳ ବନ୍ଦ ରହିବ ବୋଲି ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ ବିଭାଜନ କେସିଙ୍ଗା ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି। ଏଣୁ ବଲାଙ୍ଗୀର – ଭବାନୀପାଟଣା ଓ ଭବାନୀପାଟଣା – ବଲାଙ୍ଗୀର ରାସ୍ତାରେ ଯାତାୟାତ ସକାଶେ, ଏହି ସମୟରେ ସମସ୍ତ ଯାନ ବାହାନା ଅମାଠ ଛକ ଠାରୁ – ମ.ରାମପୁର – ନର୍ଲା – ଛତିକୁଡ଼ା – ଭବାନୀପାଟଣା ରାସ୍ତାରେ ଉଭୟ ପଟୁ ଯାତାୟାତ କରିପାରିବେ। କେବଳ ମୋଟର ସାଇକେଲ, ତିନିଚକିଆ/ଚାରି ଚକିଆ ଲଘୁ ଯାନ ବାହାନ ଯୋଲକୋ ଛକ ଠାରୁ ଲଇତରା – ଦେଣ୍ଡୋଗୁଡ଼ା – ମାଟିଆ – ଠେମରା – ଉତ୍କେଲା ରାସ୍ତାରେ ଉଭୟ ପଟୁ ଯାତାୟାତ କରିବାକୁ ସ୍ଥିରୀକୃତ କରାଯାଇଛି ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.