ଖଲ୍ଲିକୋଟ ତାଳୁକା ଶୌଣ୍ଢିକ ସମାଜର ୭୦ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ତାଳୁକା ଶୌଣ୍ଢିକ ସମାଜର ୭୦ତମ ବାର୍ଷିକ ଉତ୍ସବ ଖଲ୍ଲିକୋଟ ସ୍ଥିତ କୁଳ ସମାଜ ଗୃହରେ ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ବୈଠକ ରେ ବିଭିନ୍ନ ବିଷୟ ଗୁଡିକ ଆଲୋଚନା ହୋଇଥିବା ବେଳେ ସମାଜରେ ବାଲ୍ୟ ବିବାହ, ଯୌତୁକ ପ୍ରଥା ଭଳି ସାମାଜିକ କୁସଂସ୍କାରକୁ ରୋକିବା ଓ ସମାଜର ଅବହେଳିତ ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ପାଠପଢା ରେ ସହାୟତା ଯୋଗାଇବା ସହ ବିଭିନ୍ନ ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍କର୍ଷତା ପାଇଁ ସମ୍ବର୍ଦ୍ଧିତ କରାଯିବ ପାଇଁ ନିଷ୍ପତି କୁ ସମାଜ ର ସବୁ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ମତ ପ୍ରକାଶ ପାଇଥିଲା l ବୈଠକ ରେ ସମ୍ପାଦକ ନୃସିଂହ ଚରଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପୂର୍ବ ସଭାର ଦରଖାସ୍ତ ଓ ଅଭିଯୋଗ ଉପରେ ଆଲୋଚନା ଓ ସମାଜର ଉନ୍ନତି କଳ୍ପେ ବିଭିନ୍ନ ପ୍ରସ୍ତାବ ଗୁଡିକ ପାରିତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ପ୍ରଭାତ କୁମାର ସାହୁ ଜିଲ୍ଲା ସମ୍ପାଦକ ପଦ୍ମ ଚରଣ ବୈଦ୍ୟ ଜିଲ୍ଲା ସଭାପତି ନିରଞ୍ଜନ ସାହୁ, ଆଇନ ପରାମର୍ଶଦାତା ନିର୍ମଳ ସାହୁ, ଜିଲ୍ଲା ସମ୍ପାଦକ ଭ୍ରମରବର ସାହୁ, ମହେନ୍ଦ୍ର କୁମାର ସାହୁ ଯୁଗ୍ମ ସମ୍ପାଦକ ପ୍ରମୁଖ କର୍ମକର୍ତା ମାନେ ଆଲୋଚନା କରିଥିବା ବେଳେ ଉପଦେଷ୍ଠାମଣ୍ଡଳୀର ବାସୁଦେବ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ବାବୁଲା ସାହୁ, ଗୁରୁମୂର୍ତି ସାହୁ, ସୁରେନ୍ଦ୍ର ସାହୁ, ବିଜୟ କୁମାର ବୈଦ୍ୟ, ଅର୍ଜୁନ ସାହୁ, କାଶୀନାଥ ସାହୁ, ସୁରେନ୍ଦ୍ର ସାହୁ, କବିରତ୍ନ ସାହୁ, ଜଗନ୍ନାଥ ସାହୁ ଓ ନାରାୟଣ ସାହୁ ପ୍ରମୁଖ ଉପଦେଷ୍ଟା ମଣ୍ଡଳୀ ସେମାନଙ୍କ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.