ନରାବାହାଲି ବିଦ୍ୟାଳୟରୁ ଏମଡ଼ିଏମ ଚାଉଳ ଚୋରୀ ଅଭିଯୋଗରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ 

୯ ବସ୍ତା ଚାଉଳ ସହ ବାଇକ ଜବତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ଥାନା ବେଲଗାଁ ଫାଣ୍ଡି ଅଧିନସ୍ଥ ନରାବାହାଳି ଉନ୍ନତ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନଙ୍କଆସିଥିବା ମଧ୍ୟାନ୍ନ ଭୋଜନ ଚାଉଳକୁ ଚୋରୀ କରି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ଅଭିଯୋଗରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ଗିରଫ ଅଭିଯୁକ୍ତମାନେ ହେଲେ ନରାବାହାଲି ଗ୍ରାମର କିଶୋର ଗହୀର (୫୦), ବିକ୍ରମ ଭୋଇ (୩୮) ଓ ଚାଉଳ କିଣିଥିବା ଭଦ୍ରା ପଞ୍ଚାୟତ ନୁଆଁପଡା ଗ୍ରାମର ଦୟାନିଧି ସାହୁ ଓରଫ ମଣ୍ଟୁ (୨୭) ବୋଲି ଜଣାପଡିଛି l
ଅଭିଯୋଗ ଅନୁସାରେ ଗତ ୨୫ ତାରିଖ ଦିନ ମଧ୍ୟ ରାତ୍ରିରେ କେତେକ ଦୁର୍ବୁତ୍ତମାନେ ନରାବାହାଲି ବିଦ୍ୟାଳୟକୁ ପଶି ରଖା ଯାଇଥିବା ଏମଡ଼ିଏମ ଚାଉଳକୁ ଚୋରୀ କରି ନେଇଥିବା ଜଣାପଡିଥିଲା l ଏ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଗୀତାଞ୍ଜଳି ନାୟକ ସ୍କୁଲକୁ ଯାଇଥିଲେ ସେହି ସମୟରେ ଚାଉଳ ରଖା ଯାଇଥିବା ୧୪ ବସ୍ତା ଚାଉଳ କୋଠରୀର ତାଲା ଭାଙ୍ଗି କେହି ଦୁର୍ବୁତ୍ତମାନେ ଚୋରୀ କରି ନେଇଥିବା ସନ୍ଦେହ କରିଥିଲେ l ଏ ନେଇ ଶିକ୍ଷୟତ୍ରୀ ପ୍ରଥମେ ସ୍କୁଲ କମିଟିକୁ ଜଣାଇବା ପରେ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଘଟଣାକୁ ଭିତ୍ତି କରି ଥାନା କେଶ ନଂ ୧୧୭/୨୩ ରେ ମାମଲା ରୁଜୁ ସଇଁତଲା ଥାନା ଏସଆଇ ସଂଗୀତା ବେକଙ୍କ ତତ୍ତ୍ୱବଧାନରେ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ କିଶୋର ଗହୀର ଓ ବିକ୍ରମ ଭୋଇ ଚୋରୀ କରି ନେଇଥିବା ଧରାପଡିଥିଲା ପରେ ନୂଆଁପଡା ଗ୍ରାମର ଦୟାନିଧି ଓରଫ ମଣ୍ଟୁ ଙ୍କୁ ବିକ୍ରି କରିଥିବା ତଦନ୍ତ ଜଣାପଡିଥିଲା l ଏଥିରେ ପୋଲିସ ୯ବସ୍ତା ଚାଉଳ ସହ ବାଇକ ନଂ ଓଡ଼ି୦୩ ପି ୨୯୫୧ କୁ ଜବତ କରିଛି l ଏଥିରେ ପୋଲିସ ଉଭୟ ଅଭିଯୁକ୍ତମାନଙ୍କୁ ଡାକ୍ତରୀ ପରୀକ୍ଷା କରି ସଇଁତଲା କୋର୍ଟକୁ ଚାଲାଣ କରିବା ପରେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.