ଏନସିଇଆରଟିର ଦଶମ ଶ୍ରେଣୀ ବହିରୁ ପିରିଅଡିକ ଟେବୁଲ, ଗଣତନ୍ତ୍ର ଆଦି ପାଠ୍ୟକ୍ରମ ରହିବ ନାହିଁ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ନୂଆଦିଲ୍ଲୀ: ସିବିଏସଏଇ ଦଶମ ଶ୍ରେଣୀ ବହିରେ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ବା ଏନସିଇଆରଟି ପ୍ରମୁଖ ପରିବର୍ତ୍ତନ କରିଛି। ପିରିଅଡିକ ବା ପର୍ଯ୍ୟାୟ ଟେବୁଲ୍, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ଅଧ୍ୟାୟଗୁଡ଼ିକ ବହିରୁ ହଟାଇ ଦିଆଯାଇଛି। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆଉ ଏନସିଇଆରଟିର ବହିରେ ଥିବା ପାଠ୍ୟ ଖସଡାରେ ଏହା ପଢିପାରିବେ ନାହିଁ। ଛାତ୍ରଛାତ୍ରୀଙ୍କ ଉପରେ ଭାର କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ଚଳିତ ବର୍ଷ ଆରମ୍ଭରେ, ଦଶମ ଶ୍ରେଣୀ ସିଲାବସ ବା ପାଠ୍ୟଖସଡାରୁ ‘ବିକାଶ ସିଦ୍ଧାନ୍ତ’ ଉପରେ ଅଧ୍ୟାୟ ହଟାଇବା ପରେ ଅନେକ ବିବାଦ ଦେଖାଦେଇଥିଲା। ଏନସଆରଟି ଦ୍ୱାରା ପ୍ରକାଶିତ ନୂତନ ପାଠ୍ୟପୁସ୍ତକରେ, ପର୍ଯ୍ୟାୟ ଟେବୁଲ୍ ସହିତ ତିନୋଟି ଅଧ୍ୟାୟ ଅପସାରଣ ସାମ୍ନାକୁ ଆସିଛି।

ବିଜ୍ଞାନ ପାଠ୍ୟ ପୁସ୍ତକରୁ ଛାଡି ଦିଆଯାଇଥିବା ବିଷୟଗୁଡ଼ିକ ପରିବେଶ ସ୍ଥିରତା ଏବଂ ଶକ୍ତି ଉତ୍ସ ଉପରେ ଅଧ୍ୟାୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଗଣତନ୍ତ୍ର, ଗଣତନ୍ତ୍ର ପାଇଁ ଆହ୍ୱାନ ଏବଂ ରାଜନୈତିକ ଦଳଗୁଡିକ ଉପରେ ସମ୍ପୂର୍ଣ୍ଣ ଅଧ୍ୟାୟ ମଧ୍ୟ ସର୍ବଶେଷ ସଂଶୋଧନ ପରେ ଦଶମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ହଟାଇ ଦିଆଯାଇଛି।

ଏନସିଇଆରଟି କହିଛି ଯେ କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଛାତ୍ରମାନଙ୍କ ଉପରେ ଭାର କମାଇବା ଜରୁରୀ। ଅସୁବିଧା ସ୍ତରକୁ ବିଚାର କରି, ଏହି ଅଧ୍ୟାୟଗୁଡ଼ିକୁ ସିଲାବସରୁ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି । ତଥାପି, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ, ଯଦି ବିଦ୍ୟାର୍ଥୀ କେମିକାଲ ସାଇନ୍ସ ବା ରସାୟନ ବିଜ୍ଞାନକୁ ପସନ୍ଦ କରନ୍ତି, ତେବେ ସେମାନଙ୍କୁ ପିରିଅଡିକ ଟେବୁଲ୍ ପଢ଼ିବାକୁ ହେବ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.