ଜୁନ୍ ୭ରେ ରାୟଗଡା ଗସ୍ତ କରିପାରନ୍ତି ‘୫-ଟି’ ସଚିବ ଭି.କେ.ପାଣ୍ଡିଆନ୍

ମନ୍ତ୍ରୀ ଅତୁନୁ ସବ୍ୟସାଚୀ ଓ ବବି ଦାସଙ୍କ ଗସ୍ତରେ ଜିଲ୍ଳା ବିଜେଡି ଚଳଚଞ୍ଚଳ 

ଭାସ୍କର ରାଓ ଓ ସୁଧୀର ଦାସଙ୍କ ମଧ୍ୟରେ ଥିବା ମନାନ୍ତରରେ ପଡିବ କି ପୂର୍ଣ୍ଣଚ୍ଛେଦ?

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ବିଜୁ ଜନତା ଦଳ ମଧ୍ୟରେ ଥିବା ଗୋଷ୍ଠୀ କଳନ୍ଦ ଆସନ୍ତା ସାଧାରଣ ନିର୍ବାଚନରେ ଦଳ ପାଇଁ କଂଟା ସାଜିବା କଥା ସମଗ୍ର ଜିଲ୍ଳା ତଥା ରାଜ୍ୟ ବିଜେଡି ଶିବିରରେ ଲୁଚି ରହି ନ ଥିବା ବେଳେ ବେଳ ଥାଉ ଥାଉ ଏହି ସମସ୍ୟାର ସମାଧାନ କରି ଦଳକୁ ପୁର୍ନବାର ଏକ ଶିବିର ତଳେ ଜିଲ୍ଳାର ସମସ୍ତ ବିଜେଡି ନେତା ଓ କର୍ମୀଙ୍କୁ ଏକାଠି କରିବା ପାଇଁ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଓ ରାୟଗଡା ଜିଲ୍ଳା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ ଆଜି ଦିନିକିଆ ରାୟଗଡା ଜିଲ୍ଳା ଗସ୍ତ କରି ରୁଦ୍ଧ ଦ୍ୱାର ବୈଠକ ମାଧ୍ୟମରେ କୈାଣସି ଏକ ବଡ ନିଷ୍ପତି କରି ଯାଇଥିବା ଜଣାପଡିଛି । ପ୍ରଥମେ ହେଲିକେପ୍ଟର ଯୋଗେ ମନ୍ତ୍ରୀ ଶ୍ରୀ ନାୟକ ରାୟଗଡାରେ ପୂର୍ବାହ୍ନରେ ପଂହଚି ରାୟଗଡା ସ୍ଥିତ ସାର୍କିଟ ହାଉସ ଠାରେ ପଂହଚିଥିଲେ । ସେଠାରେ ଅନୂସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ତଥା ଜିଲ୍ଳା ବିଜେଡି ସଭାପତି ସୁଧୀର କୁମାର ଦାସ, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ,ପୈାରାଧ୍ୟକ୍ଷା ଶ୍ରୀମତି ଶୁଭ୍ରା ପଣ୍ଡା, ବରିଷ୍ଠ ବିଜେଡି ନେତା ପୃଥ୍ୱୀରାଜ ସାହୁ ଏବଂ ଅନ୍ୟ ବରିଷ୍ଠ ନେତାଙ୍କୁ ନେଇ ମନ୍ତ୍ରୀ ଶ୍ରୀ ନାୟକ ଦୀର୍ଘ ସମୟ ଧରି ଜିଲ୍ଳା ବିଜେଡିରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ତେବେ ସେଠାରେ କ’ଣ ନିଷ୍କର୍ସ ବାହାରିଛି ତାହା ଜଣାପଡି ନ ଥିବା ବେଳେ ମନ୍ତ୍ରୀ ଶ୍ରୀ ନାୟକ ଏବଂ ଉପସ୍ଥିତ ସମେସ୍ତ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଳା ଯୋଜନା କମିଟି ବୈଠକକୁ ଚାଲି ଯାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରେ ସେଠାରୁ ସମସ୍ତେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଳାପାଳଙ୍କ ପ୍ରକୋଷ୍ଠରେ ଦୀର୍ଘ ସମୟ ଧରି ଆଲୋଚନା କରିଥିବା ବେଳେ ସେଠାରେ ରାଜ୍ୟ ବିଜେଡିର ସାଂଗଠନିକ ସଂପାଦକ ବବି ଦାସ ଯୋଗ ଦେଇ ଆଲୋଚନା କରିଥିଲେ । ଏହି ରୁଦ୍ଧ ଦ୍ୱାର ବୈଠକରେ ଆସନ୍ତା ଜୁନ୍ ୭ତାରିଖରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ ରାୟଗଡା ଗସ୍ତ ସମ୍ବନ୍ଧରେ ଆଲୋଚନା କରାଯାଇଥିବା ଜଣାପଡିଛି । ୫ଟି ସଚିବଙ୍କ ଗସ୍ତ ସମୟରେ ଯେମିତି ଅନେକ ଲୋକଙ୍କ ସମାଗମ ହୋଇପାରିବା ସହ ଲୋକେ କିପରି ଭାବେ ନିଜର ସମସ୍ୟା ଭିିତିକ ଅଭିଯୋଗ ଜଣାଇ ପାରିବେ ତଥା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ଏବଂ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିବା ଜଣାପଡିଛି ।

Udyog Nursery
Udyogi Nursery

ତେବେ ଜିଲ୍ଳା ବିଜେଡିରେ କେବେ ବି ଗୋଷ୍ଠୀ କନ୍ଦଳ ହୋଇ ନାହିଁ ଏଠାରେ ବିଜେଡିର କୈାଣସି ଦୁଇ ଗୋଷ୍ଠୀ ନାହାନ୍ତି । ସମସ୍ତଙ୍କ ନେତା ନବୀନ ପଟ୍ଟନାୟକ । ଏବଂ ଆମେ ସବୁ ତାଙ୍କ ସୈନିକ । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକ ଯାହା ସବୁ ନିର୍ଦ୍ଦେଶ ଦେବେ ତାଙ୍କୁ ଆମେ ଅନୁସରଣ କରି ପାଳନ କରିବୁ । ବିଜେଡି ଏକ ବଡ ପରିବାର । ଆଉ ପରିବାର ମଧ୍ୟରେ ହୋଇଥିବା ମନାନ୍ତରକୁ ଆମେ ଆପୋଷ ବୁଝାମଣାରେ ସମାଧାନ କରି ପୁଣି ସମସ୍ତେ ଏକଜୁଟ୍ ହୋଇ ଦଳ ପାଇଁ କାର୍ଯ୍ୟ କରି ବିଜେଡି ପ୍ରାର୍ଥୀଙ୍କୁ ବିଜୟ କରି ନବୀନଙ୍କ ହାତମୁଠାକୁ ଟାଣ କରିବୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.