କଳାହାଣ୍ଡି ବିକାଶ ପରିଷଦର ଜନଜାଗରଣ ଅଭିଯାନ ‘ଗାଁକୁ ଚାଲ’ ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷ ଡ଼ଃ ସୁନିତି ମୁଣ୍ଡଙ୍କ ଜନପ୍ରିୟ ଜନସଚେତନତା ଅଭିଯାନ ଗାଁକୁ ଚାଲ ସଫଳତାର ସହ ସମାପନ ହୋଇଯାଇଛି ।  ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟନେଇ ଏହି ଅଭିଯାନ ଗତ ୨୩ ମେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିଲା । କଳାହାଣ୍ଡି ଜିଲାର ଚାଷୀଭାଇ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବାବେଳେ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ କଳାହାଣ୍ଡି ବିକାଶ ପରିଷଦ ପବିତ୍ର ଅକ୍ଷୟ ତୃତୀୟାରୁ ନିଜର ଅଭିଯାନ ଆରମ୍ଭ କରି ସାରା କଳାହାଣ୍ଡି ଭ୍ରମଣ କରିଥିଲା । ଏଥି ସହିତ ଜିଲ୍ଲାରେ ଯେଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, ଶିଳ୍ପ ସ୍ଥାପନ, ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସର୍ବୋପରି ଏକ ସୁନ୍ଦର ସବୁଜ କଳାହାଣ୍ଡି ଗଢିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି  ଭବାନୀପାଟଣା ମିଡ଼୍‌ଟାଉନଠାରେ ଏହାର ଉଦଜାପନି ଉତ୍ସବ ଉପଲକ୍ଷେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ପରିଷଦର ଅଧ୍ୟକ୍ଷା ଡଃ. ସୁନିତି ମୁଣ୍ଡ କହିଛନ୍ତି । କଳାହାଣ୍ଡିକୁ ପ୍ରତି ୧୫ କିଲୋମିଟର ବ୍ୟାସାର୍ଦ୍ଧରେ ଏକ ଏକ ମଣ୍ଡଳ ଭାବରେ ଅଭିହିତ କରି ପ୍ରତି ମଣ୍ଡଳରେ ଦିନେ ଲେଖାଏଁ ଏହି ଅଭିଯାନର ମୁଖ୍ୟ ପୁରୋଧା ଡ. ସୁନୀତି ମୁଣ୍ଡ ପ୍ରବାସ କରିଥିଲେ । ମେ ୨୩ ତାରିଖରୁ ଏହି ଯାତ୍ରା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନଗର ମଣ୍ଡଳ, କେସିଙ୍ଗା ନଗର ମଣ୍ଡଳ, ବୋରିଆ, ଉତ୍କେଲା, କଶୃପଡ଼ା, ଜୋରାଡ଼ବ୍ରା, କର୍ଲାମୁଣ୍ଡା, ବିଶ୍ୱନାଥପୁର, ଲାଞ୍ଜିଗଡ଼, ମ.ରାମପୁର, ନର୍ଲା, ରୁପ୍ରା, ସରିଆଁ, ଥୁ.ରାମପୁର, ଡୁମେରପଦର, କୁଟୁରୁଖମା, ଜୁନାଗଡ଼ ନଗରମଣ୍ଡଳ, ନାନ୍ଦୋଳ, ଆଟି ଗାଁ ମଣ୍ଡଳ, ଦଶପୁର, କେ ଗାଁ, ବୋର୍ଡ଼ା, କର୍ଲାପଡ଼ା, ଗୋଲାମୁଣ୍ଡା, ଦାସୀ ଗାଁ, କଲମପୁର, ହାବସପୁର, ମୋଟେର, ବିଜମରା, ଆମପାଣି, କୋକସରା, ବଡ଼କର୍ଲାକୋଟ, ଜୟପାଟଣା, ବାନେର, ପର୍ଲା, ଟିପିଗୁଡା, ଧର୍ମଗଡ଼ ନଗର ମଣ୍ଡଳ, ଖଇରପଦର, ଦେପୁର, ମୋହନଗିରି ଆଦି ୪୦ଟି ମଣ୍ଡଳକୁ ଯାଇ ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ସମବେତ ଭାବରେ ସ୍ୱର ଉଠାଇବାକୁ ପ୍ରେରିତ କରିଥିଲେ । “ଗାଁକୁ ଚାଲ” ଡାକରା ସହିତ ଏହି ଅଭିଯାନର ମୁଖ୍ୟ ସ୍ଲୋଗାନ ଭାବେ- ‘ସମ୍ମିଳିତ ପ୍ରୟାସ କଳାହାଣ୍ଡିର ବିକାଶ’, ‘ଆମର ପ୍ରୟାସ ସୁସ୍ଥ କଳାହାଣ୍ଡି’, ‘ଆମର ଲକ୍ଷ୍ୟ ଶିଳ୍ପ ସମୃଦ୍ଧ କଳାହାଣ୍ଡି’, ‘ଆମର ପରିକଳ୍ପନା ସବୁଜ ସୁନ୍ଦର କଳାହାଣ୍ଡି’, ‘ଆମର ଚିନ୍ତନ ଶିକ୍ଷିତ କଳାହାଣ୍ଡି’ ଗୁଡିକ ନିଆଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରତିଦିନ ଏହି ଯାତ୍ରା ଅନ୍ତତଃ ୧୫କିଲୋମିଟର ଭିତରେ ଥିବା ୮ ରୁ ୧୧ଟି ପଂଚାୟତର ବିଭିନ୍ନ ସଂଗଠନ ଓ ନେତୃମଣ୍ଡଳୀଙ୍କୁ ଭେଟିବା ସହିତ ସ୍ଥାନୀୟ ମୁଖ୍ୟ ସମସ୍ୟା ଉପରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ଏବଂ ତାହାର ସମାଧାନ ପାଇଁ ଉଦ୍ୟମ କରିଥିଲା । ପ୍ରାୟତଃ ଅଧିକାଂଶ ସ୍ଥାନରେ ପିଇବା ପାଣିର ସମସ୍ୟା, ରାସ୍ତାଘାଟ ସମସ୍ୟା, ସ୍ୱାସ୍ଥ୍ୟ ସୁବିଧା ଉପଲବ୍‌ଧ ନଥିବା, ଦୁର୍ଗମ ଅଂଚଳରେ ବିଦ୍ୟୁତ କାଟ ଯୋଗୁଁ ମାସ ମାସ ଧରି ଲୋକେ ଅନ୍ଧାରରେ ରହୁଥିବା ଲକ୍ଷ୍ୟ କରାଯାଇଥିଲା । ବିଦ୍ୟୁତ ସରୋବରାହରେ ବ୍ୟାଘାତ ଯୋଗୁଁ ଉଠା ଜଳସେଚନରେ ଅସୁବିଧା ଫଳରେ ଚାଷୀ ହନ୍ତସନ୍ତ ହେଉଛନ୍ତି । ଲାଞ୍ଜିଗଡ଼ ବିଧାନସଭା ଅନ୍ତର୍ଗତ ଅଧିକାଂଶ ସ୍ଥାନ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ମୋହନଗିରି ଅଂଚଳରେ ମୋବାଇଲ ନେଟ୍‌ୱର୍କ ଅସୁବିଧା ଯୋଗୁଁ ଲୋକେ ଟେଲି କମ୍ୟୁନିକେଶନର ସୁବିଧାରୁ ବଂଚିତ ରହିଛନ୍ତି । ଜୁନାଗଡ଼ ବିଧାନସଭାର କେ ଗାଁ ତଥା ଗୋଲାମୁଣ୍ଡା ଅଂଚଳରେ ଫ୍ଲୋରାଇଡଯୁକ୍ତ ପାଣି ଯୋଗୁଁ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଣୁ ସରକାର ପାଣିକୁ ପରୀକ୍ଷା କରି ସ୍ଥାନୀୟ ଜନସାଧାରଣଙ୍କୁ ଉପଯୋଗୀ ଶୁଦ୍ଧ ପିଇବା ପାଣି ଯୋଗାଇବା ନିତାନ୍ତ ଜରୁରୀ ହୋଇଛି । କେନ୍ଦ୍ର ସରକାରଙ୍କ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, କଳାକାର ଭତ୍ତା ଅନେକ ଲୋକଙ୍କ ନାମ ଅନ୍ତର୍ଭୁକ୍ତ ହୋଇନଥିବା ତଥା ଯୋଗ୍ୟ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଦେଖିବାକୁ ମିଳିଥିଲା ବୋଲି ଡଃ ମୁଣ୍ଡ କହିଛନ୍ତି । ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମ ସହିତ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯାଇଥିଲା । ୪୦ ଦିନ ଧରି ନିରନ୍ତର ଚାଲିଥିବା ଏହି ଅଭିଯାନକୁ ‘ଗାଁକୁ ଚାଲ’ ନାମକରଣ କରାଯାଇଥିଲା । ଆଧୁନିକ ଚାକଚକ୍ୟର ବଶବର୍ତ୍ତୀ ହୋଇ ଜନସାଧାରଣ ସହରାଭିମୁଖୀ ହେଉଥିବାବେଳେ କଳାହାଣ୍ଡି ବିକାଶ ପରିଷଦ ଲୋକଙ୍କୁ ଗ୍ରାମାଭିମୁଖି କରିବା ସହିତ ନିଜ ଜୀବନର ଅନୁଭୂତିକୁ ଗାଁରେ ନିୟୋଜିତ କରିବାକୁ ପରୋକ୍ଷରେ ପ୍ରେରିତ କରାଯାଇଥିଲା । ଭାରତର ଆତ୍ମା ଗାଁରେ ଅଛି ଏଣୁ ପ୍ରଥମେ ଗାଁକୁ ସୁଦୃଢ଼ କରିବାକୁ ହେବ । ଏହି ଅଭିଯାନରେ ଡଃ ମୁଣ୍ଡ୍‌ଙ୍କୁ ଗ୍ରାମବାସୀ ସହଯୋଗ କରିବା ସହିତ ଏହି ସାଧୁ ଉଦ୍ୟମକୁ ଜନସାଧାରଣ ପ୍ରଶଂସା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.