ବିନା ମିସ କେସ ଓ ପ୍ରୋକ୍ଲାମେସନରେ ଗ୍ରାମ୍ୟ ଜଙ୍ଗଲ ଜମିକୁ କିସମ ପରିବର୍ତ୍ତନ କରିଥିବା ଅଭିଯୋଗ – ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନିନ୍ଦା

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ଖରିଆର ବ୍ଲକ ରାଣିମୁଣ୍ଡା ଗ୍ରାମ ପଂଚାୟତ ମହୁଲକୋଟ ଗାଁର ଭୋଜମନି ଭୋଇ ନାମକ ଜଣେ ଆଦିବାସୀ ମହିଳା ଆଜି ନୂଆପଡା ଉପରେ ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶ ଯେ ଗତ ୪୦ ବର୍ଷ ରୁ ଉର୍ଦ୍ଧ ହେବ ଭୋଜମନି ଭୋଇ ମୌଜା ମହୁଲକୋଟ ଖାତା ନମ୍ବର -୧୫୬ ରକ୍ଷୀତ ପ୍ଲଟ ନମ୍ବର -୯୦୧ ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ ୧ ଏକର ୬୩ ଡିସମିଲକୁ ପୂର୍ବ ପୁରୁଷାନୁ କ୍ରମେ ଜବର ଦଖଲ କରି ଚାଷବାସ କରି ଜୀବିକା ମେଣ୍ଟାଇ ଆସୁଛନ୍ତି । ଉକ୍ତ ଜମିରେ ୨ ଟି ମହୁଲ ଗଛ ଅଛି ଯେଉଁଥିରୁ ସେ ବାର୍ଷିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରନ୍ତି । କିନ୍ତୁ ଉକ୍ତ ଜମିକୁ ଖେଳ ପଡିଆ ତିଆରି କରିବାକୁ ପ୍ରସ୍ତାବ ଆଗତ ହେବରୁ ଭୋଜମନି ରାଜି ହୋଇନ ଥିଲେ । ଗ୍ରାମ୍ୟ ଜଙ୍ଗଲ ଜମି କିସମ ଥିବାରୁ ଜବର ଦଖଲ ନାମା ଖଜଣା ପଇଠ ମଧ୍ୟ କରିଛନ୍ତି । ଜଙ୍ଗଲ ଜମି ଅଧିକାର ନିୟମ ବଳରେ ପଟ୍ଟା ପାଇବା ପାଇଁ ଫର୍ମ (କ)ରେ ଆବେଦନ ମଧ୍ୟ କରିଛନ୍ତି । କିନ୍ତୁ ରାଜନୈତିକ ଚାପରେ ସେଠାରେ ଖେଳ ପଡିଆ ପ୍ରସ୍ତୁତ ହେବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ହସ୍ତକ୍ଷେପ ପରେ ବିଡିଓ ଏବଂ ଏପିଓ ସେଠାକୁ ଯାଇ କାମ ସ୍ଥଗିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ତେବେ ଉକ୍ତ ଜମିଟିକୁ ତହସିଲଦାର ବିନା ମିସ କେସ ଓ ପ୍ରୋକ୍ଲାମେସନରେ ରାତା ରାତି ଗ୍ରାମ୍ୟ ଜଙ୍ଗଲ ଜମିକୁ ସ୍କୁଲ ଖେଳ ପଡିଆ ସଂରକ୍ଷିତ ଜମି ବୋଲି କିସମ ପରିବର୍ତ୍ତନ କରିଛନ୍ତି ବୋଲି ଆଦିବାସୀ ମହିଳା ଜଣକ ଆଜି ନୂଆପଡା ଉପ ଜିଲ୍ଲପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଉକ୍ତ ଆଦିବାସୀ ମହିଳା ଭୋଜମନି ଭୋଇ ଏ ନେଇ ପୂର୍ବରୁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହେଇଛନ୍ତି । ତାଙ୍କୁ କେବେ ନ୍ୟାୟ ମିଳିବ ନା ରାଜନୈତିକ ଚାପରେ ପ୍ରଶାସନ ଜଣେ ଆଦିବାସୀ ମହିଳାକୁ ନ୍ୟାୟ ଦେବାରେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା । ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ସଭାପତି ତଥା ଜୋନ-୮ ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ସମ୍ପାଦକ ବାଳ କୃଷ୍ଣ ଶବର, ନୂଆପଡା ବ୍ଲକ ସଭାପତି ଭକ୍ତ ବନ୍ଧୁ ଧାରୁଆ, କୋମନା ବ୍ଲକ ସଭାପତି ଜ୍ଞାନେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.