ନର୍ଲାରୋଡ଼ ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ: ଅଙ୍କୁରାରୋପଣରୁ ଆରମ୍ଭ ଭଜନ ସନ୍ଧ୍ୟାରେ ଶେଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ମା ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୨୫ ଅଙ୍କୁରାରୋପଣ ରୁ ଆରମ୍ଭ ହୋଇ ୩୧ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଶେଷ ହୋଇଛି । ୭ ଦିନ ଧରି ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ନର୍ଲାରୋଡ଼ ରେ। ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ୨୪ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ମଇ ୨୫ ରୁ ୩୧ ଯାଏଁ ଅନବରତ କାର୍ଯ୍ୟକ୍ରମ ଚାଲିଲା। । ୨୫/୫ ଗୁରୁବାର ଅଙ୍କୁରରୋପଣ, କୁଣ୍ଡ ମଣ୍ଡଳ ନିର୍ମାଣ ଓ ଅଧିବାସ କାର୍ଯ୍ୟକ୍ରମ । ୨୬/୫ ଶୁକ୍ରବାର ସନ୍ଧ୍ୟା ୫ ଟା ରେ କଳସ ଯାତ୍ରା । ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ନାମଯଜ୍ଞ ପାଇଁ ଏକା ସାଙ୍ଗରେ ଅନୁଷ୍ଠିତ ହୋଇଥିଲା କଳସ ଯାତ୍ରା । ଏହା ସହ ଶନିବାର ବାସ୍ତୁପୂଜା ଓ ଅଗ୍ନିପୂଜା କାର୍ଯ୍ୟକ୍ରମ । ୨୮/୫ ରବିବାର ସୂର୍ଯ୍ୟପୂଜା, ଗୋପୂଜା ଓ ନଗର ଭ୍ରମଣ ଓ ନାମଯଜ୍ଞ ର ନାମ ଆରମ୍ଭ ହୋଇଥିଲା।. ୨୯/୫ ସୋମବାର ଦିବା ୩.୫୧ ମଧ୍ୟେ ଦେବୀ ପ୍ରାଣ ପ୍ରତିଷ୍ଠା, ଶିଖର ସ୍ନାନ, ଚକ୍ରଦ୍ୱଜ ଓ କଳସ ସ୍ଥାପନ । ୩୦/୫ ମଙ୍ଗଳବାର ସୂର୍ଯ୍ୟପୂଜା, ସିଂହାସନ ପ୍ରତିଷ୍ଠା, ଦେବୀ ଅଚଳ ପ୍ରତିଷ୍ଠା ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା ବେଳେ, ଦୁର୍ଗା ଦେବୀଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨୭/୫ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। । ୨୮/୫ ରବିବାର ସକାଳେ ୨୪ ପ୍ରହର ନାମଯଜ୍ଞ ର ନାମ ଆରମ୍ଭ ହୋଇଥିଲା । ୨୮/୨୯ ଓ ୩୦ ତିନିଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିଲା ଯଜ୍ଞ ମଣ୍ଡପରେ । ୩୧ ସକାଳେ ନାମଯଜ୍ଞ ର ପୂର୍ଣ୍ଣହୁତି ପଡିଲା। ୩୧/୫ ସନ୍ଧ୍ୟାରେ ଭଜନ ସନ୍ଧ୍ୟାର ଆୟୋଜନ କରିଥିଲା ପରିଚାଳନା କମିଟି। ସମ୍ବଲପୁର ର ରାଜୀବ ପୁରୀ ଓ ସାଥି ଆକର୍ଷଣୀୟ ଭଜନ ପରିବେଷଣ କରିଥିଲେ। ସାତଦିନ ବ୍ୟାପି ନର୍ଲାରୋଡ ମା ଦୁର୍ଗା ମନ୍ଦିର ପରିସରରେ ଭବ୍ୟ କାର୍ଯ୍ୟକ୍ରମ ଯୋଗୁଁ ଉତ୍ସଵ ମୁଖର ହୋଇ ଉଠିଥିଲା ନର୍ଲାରୋଡ଼ । ମା ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପୂଜା କର୍ତ୍ତା ଭାବରେ କାର୍ଯ୍ୟ ନିର୍ବାହନ ପାଇଁ ଶ୍ରୀମତୀ ପ୍ରଜ୍ଞା କେଡିଆ ଓ ବିମଳ କୁମାର କେଡିଆ ଦମ୍ପତିଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିବା ବେଳେ ନାମଯଜ୍ଞର କର୍ତ୍ତା ଭାବରେ ଶ୍ରୀମତୀ ସବିତା ପଧାନ ଓ ସଂକୀର୍ତ୍ତନ ପଧାନ ଦମ୍ପତି କାର୍ଯ୍ୟ ନିର୍ବାହନ କରିଥିଲେ । ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତେ ଯାଜପୁର ର ବ୍ରହ୍ମା ପଣ୍ଡିତ ରମେଶ ପତି ଓ ତାଙ୍କ ସହଯୋଗୀ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ । ନାମଯଜ୍ଞର ବ୍ରହ୍ମା ପଣ୍ଡିତ ଭାବରେ ତୁଳାପଡାର ତରୁ ପାଢୀଙ୍କୁ ଦାଇତ୍ୱ ନିର୍ବାହନ କରିଥିଲେ । ସଭାପତି ବିମଳ କୁମାର କେଡିଆ, ସାଧାରଣ ସମ୍ପାଦକ ହମେଶ କୁମାର ଜୈନଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ପରିଚାଳନା କମିଟିର ଅନ୍ୟ କର୍ମକର୍ତ୍ତା ଭାବରେ ଯୁଗ୍ମ ସମ୍ପାଦକ ଚାରିଜଣଙ୍କ ମଧ୍ୟରେ ଅମର ରାଉତ, ବିନାୟକ ମହନ୍ତ, ରାଜୀନ ସାହୁ ଓ ନାରାୟଣ ମାଝୀ, ସେହିଭଳି କୋଷାଧ୍ୟକ୍ଷ ଭାବରେ ରାଜା ପରିଡା ଓ ବାବୁଲା ରାଉତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ। ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ସୁଲେଖଚନ୍ଦ ଜୈନ, ନନ୍ଦକିଶୋର ଜେନା, ଚକ୍ରଧର ସା, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ଜହରଲାଲ ବିଶ୍ଵାଳ, ରାଜା ପରିଡା, ମଧୁ ସୁଦନ ରାଉତ, ରାଜୀନ ସାହୁ, ସାନକୁନୁ ଚାନ୍ଦ, ସୁଲେଖ ଚନ୍ଦ ଜୈନ, ଘନ ଭୋଇ, ବସନ୍ତ ପୋଢ଼, କୃଷ୍ଣ ପୋଢ଼, ତମାଖୁର ମାଝୀ, ଯଦୁ ମାଝୀ, କିଶୋର ନାଏକ, ବାବୁଲା ମହାରଣା, ଦୀପକ ଜୈନ ଫକ ପାଢ଼ୀ, ବାବୁଲା ରାଉତ, ବିନାୟକ ମହନ୍ତ, ତୀର୍ଥ ବୁଦ୍ଧିଆ, ଓଁପ୍ରକାଶ ଜାଠ, ମୁକେଶ ଅଗ୍ରୱାଲ, ଶରତ ସାହାଣୀ, ରାଜା ପରିଡା, ନିକୁଞ୍ଜ ଦତ୍ତା, ରାଜୀନ ସାହୁ, ଓଁ ପ୍ରକାଶ ପୂଝାରୀ, ପିତାମ ପ୍ରମୁଖଙ୍କ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ୮ ଖଣ୍ଡ ଗ୍ରାମର ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ନାମଯଜ୍ଞ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.