ରାକ୍ସି ଉଚ୍ଚ ବିଦ୍ୟାଳୟ କୋଠା ପାଇଁ ଭୂମିପୂଜନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ): ବହୁ ପ୍ରତିକ୍ଷିତ ରାକ୍ସି ଉଚ୍ଚ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ଆଜି ଶୁକ୍ରବାର ଭୂମିପୂଜନ କାର୍ଯ୍ୟକ୍ରମ ସଂପନ୍ନ ହୋଇଛି । ଏଥିପାଇଁ ଆଜି ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା । ଏନେଇ ଆୟୋଜିତ ଭୂମିପୂଜନ କାର୍ଯ୍ୟକ୍ରମରେ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ନାଏବ ସରପଞ୍ଚ କୁନ୍ତି ମାଝୀ, ସମିତି ସଭ୍ୟ ଚୁମନ ଭୋଇ, ଏସଏମସି ଅଧ୍ୟକ୍ଷ କେଦାର ଭୋଇ ପ୍ରମୁଖ ଯୋଗ ଦେଇ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ ସ୍ବାଇଁଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ ସମାରୋହରେ ଶିକ୍ଷକ ଅଶୋକ କୁମାର ଧଙ୍ଗଡାମାଝୀ, ରଜନୀକାନ୍ତ ବିଶ୍ବାଳ, ପରମାନନ୍ଦ ସେନାପତି, ହୃଦାନନ୍ଦ ଶବର, ଶିକ୍ଷୟତ୍ରୀ ସ୍ବପ୍ନା ନାଏକ ଓ ରଶ୍ମିତା ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସରକାରୀ ନିୟମାନୁସାରେ କୋଠାକୁ ମଜଭୁତ ଭାବରେ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନିର୍ମାଣ କରିବାକୁ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ଏହି ସମାରୋହରେ ଗ୍ରାମର ନନ୍ଦୁଲାଲ ମାଝୀ, ପ୍ରଦ୍ୟୁମ୍ନ ଭୋଇ, କିଶନ ଭୋଇ, ଟିକେରାମ ଗଉଡ, ଛନକ ଗଉଡ, ଅର୍ଜୁନ ଗଉଡ, କୁମର ନାଗ, ହଲଧର ଗଉଡ଼ଙ୍କ ସମେତ ମହିଳା ମଣ୍ଡଳର ଅମ୍ବିକା ଗଉଡ, ଅର୍ଣ୍ଣପୂର୍ଣ୍ଣା ଭୋଇ, ନନ୍ଦିନୀ ଗହୀର ସହଯୋଗ କରିଥିଲେ । କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସହ ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ରଧ୍ବନୀ ମଧ୍ୟରେ ଭୂମିପୂଜନ କାର୍ଯ୍ୟ ସଂପାଦିତ ହୋଇଥିଲା । ଏଥିରେ ଅଞ୍ଚଳର ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.