ଧର୍ମଗଡ଼ରେ ପୁଣି ଗର୍ଜିଲେ ଓବିସି ଏସଟି ଏସସି ମିଳିତ ମହାସଂଘ;  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ଠାରେ ଓବିସି ଏସଟି ଏସସି ମିଳିତ ମହାସଂଘ ପକ୍ଷରୁ ଉପ-ଜିଲ୍ଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ବହୁଜନ ସମାଜର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦାନ କରି ପ୍ରଥମେ ଧର୍ମଗଡ଼ ଚାରିଛକ ଠାରେ ଥିବା ବାବାସାହେବ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଉପ-ଜିଲ୍ଲାପାଳଙ୍କ ମୂଖ୍ୟ ଫାଟକ ସମ୍ମୁଖରେ ଅନୁଷ୍ଠିତ ସଭାରେ ଯାଦବ ନେତା ଡମ୍ବରୁଧର ଲହଜଲ, ନିରାକାର ଗୋପାଳ, ଅରୁପାନନ୍ଦ ନାଗ, ଡାକେଶ୍ଵର ଲହଜଲ, ବୈଲୋଚନ ଗୋପାଳ, ଆଦିତ୍ୟ କୁମାର ହଂସ, ଭୀମ ଆର୍ମୀ ରାଜ୍ୟ ଉପ-ସଭାପତି ଆଶିଷ ରଞ୍ଜନ ନାଏକ, ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ଏଓଏସସିଏଫ୍ ଜିଲ୍ଲା ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର, ପଣ୍ଡରାମାଳି ସମାଜର ସେତୁ ରାମ ଭକ୍ତ, ରତନ ନାଏକ, ପରୀକ୍ଷିତ ନାଏକ, ଚାରଗଡ ମେହେର ସମାଜ ସଭାପତି ରାମ ମେହେର, ଆଇନଜୀବୀ ଦିଗାମ୍ବର ଦୁରିଆ, ରୀନା ଭୋଇ, ଚକ୍ରଧର ବେଣୁପାଣୀ, ମାଧବ ସୁନାନୀ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସରକାର ଓବିସି, ଏସଟି, ଏସସି ଛାତ୍ରଛାତ୍ରୀଙ୍କୁ ତାଙ୍କ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଦେବାପାଇଁ ଦାବି କରିଥିଲେ । ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଓବିସି ସର୍ଭେ ଏକ ଧୂଆଁବାଣ ସଦୃଶ, ଏହା ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭୂଆଁ ବୁଲାଇବାର ଅଭିନବ ପ୍ରୟାସ ବୋଲି ସମାଲୋଚନା କରିଥିଲେ ସଂଗଠନର କାର୍ଯ୍ୟକର୍ତ୍ତା । ଚାକିରୀ କ୍ଷେତ୍ରରେ ପଦୋନ୍ନତି, ଓବିସି ଏସଟି ଏସସି ଛାତ୍ରଛାତ୍ରୀଙ୍କୁ ୟୁପିଏସସି ଓ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ମାଗଣା କୋଚିଂ ବ୍ୟବସ୍ଥା କରିବା, ଅନୁସୂଚୀତ ଜନଜାତି ଓ ଜାତି ବିଦ୍ୟାଳୟ ମାନଙ୍କରେ ସଂଖ୍ୟାନୁପାତରେ ନାମ ଲେଖାଇବାକୁ ଦାବି କରିଥିଲେ । ଶେଷରେ ସମସ୍ତ କର୍ମକର୍ତ୍ତା ଉପ-ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.