ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କର୍ଲାମୁଣ୍ଡା ବ୍ଳକ କୁଶୁର୍ଲା କଲୋନୀ ପଡ଼ାର ଚାଷୀ ମହି ଚନ୍ଦ୍ର ନାଗ (୬୦) ନିଜ ଚାଷ ଜମିରୁ ଆଜି ଅପରାହ୍ନରେ ଜାଲେଣି କାଠ ସଂଗ୍ରହ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ। ତାଙ୍କୁ ୧୦୮ଆମ୍ବୁଲାନସ ଯୋଗେ ମ.ରାମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମ.ରାମପୁର ପୋଲିସ ଶବ ଜବତ କଲାପରେ ବ୍ୟବଚ୍ଛେଦ ପାଇଁ ମ.ରାମପୁର ଡାକ୍ତରଖାନାରେ ରଖାଯାଇଥିବା ଜଣାପଡିଛି ।