ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତର କନ୍ଧ ସରାବାହାଲି ଗ୍ରାମରେ ଆଜି ବଜ୍ରାଘାତରେ ତିନି ଗୋରୁଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଆଜି ଦିନ ପ୍ରାୟ ଦୁଇଟା ସମୟରେ ହେଇଥିବା ବଜ୍ରାଘାତରେ ଗୋଟିଏ ଗାଈ ଏବଂ ଦୁଇଟି ବଡ଼ ବାଛୁରୀ ମୃତ୍ୟୁ ମୁଖରେ ପଡିଥିବା ଜଣାଯାଇଛି । ଗାଈ ଗୁଡ଼ିକ ସୁବାସ ଭୋଇଙ୍କର ବୋଲି ଜଣା ପଡିଛି । ଏହି ଗାଈ ଗର୍ଭିଣୀ ଥିବା ବେଳେ ଗାଈ ମାଲିକ କ୍ଷୀର ବିକ୍ରୀ କରି ପରିବାର ପ୍ରତି ପୋଷଣ କରୁଥିଲେ । ଗାଈ ମାଲିକଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।